ଅରିନ୍ଦମଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା/ବୌଦ୍ଧ(ମନୋଜ/ଦୀପକ): ଓଟିଭି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସମୂହ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ହୋଇଯାଇଛି। ଏଥିରେ ସାମ୍ବାଦିକ ମାତୃଦତ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଶୋକସଭାରେ ଯୋଗଦେଇଥିବା ସାମ୍ୱାଦିକମାନେ ଅରିନ୍ଦମଙ୍କ ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ତାଙ୍କ ଦେହାନ୍ତ ଓଡ଼ିଆ ସମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ। ସ୍ମୃତି ସଭାରେ ଜିଲ୍ଲାର ବହୁ ସମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ […]

Press

Press

Manoranjan Sial
  • Published: Saturday, 25 September 2021
  • Updated: 25 September 2021, 08:27 PM IST

Sports

Latest News

କେନ୍ଦ୍ରାପଡା/ବୌଦ୍ଧ(ମନୋଜ/ଦୀପକ): ଓଟିଭି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସମୂହ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ହୋଇଯାଇଛି। ଏଥିରେ ସାମ୍ବାଦିକ ମାତୃଦତ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଶୋକସଭାରେ ଯୋଗଦେଇଥିବା ସାମ୍ୱାଦିକମାନେ ଅରିନ୍ଦମଙ୍କ ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ତାଙ୍କ ଦେହାନ୍ତ ଓଡ଼ିଆ ସମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ। ସ୍ମୃତି ସଭାରେ ଜିଲ୍ଲାର ବହୁ ସମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ ରହିଥିଲେ। ଏହି ସ୍ମୃତି ସଭାରେ ସମାଜସେବୀ ପ୍ରମୋଦ ସାହୁ ଓ ପୂର୍ବତନ ବିଧାୟକ ଚିନ୍ମୟ ବେଉରା ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ବୌଦ୍ଧ ଜିଲ୍ଲା ପ୍ରେସ୍‌ କ୍ଲବ ତରଫରୁ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକସଭା ହୋଇଯାଇଛି। ସଭାପତି ବରୋଜ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ସଭା ପରିଚାଳନା କରିଥିଲେ। ଅରିନ୍ଦମ ଦାସ ଜଣେ ନିର୍ଭୀକ, ଦୁଃସାହାସିକ ତଥା ନିର୍ବିବାଦୀୟ ସାମ୍ବାଦିକ ଥିଲେ ସ୍ମୃତି ସଭାରେ ଯୋଗଦେଇଥିବା ସାମ୍ୱାଦିକମାନେ କହିଥିଲେ। ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦ୍‌ଗତି ପାଇଁ ୨ମିନିଟ ନିରବ ପାର୍ଥନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos