ଟ୍ରପିକାଲ୍ ଡିଜିଜ୍ ଗ୍ଲୋବାଲ୍ ନେଟୱାର୍କରେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ‘ଗ୍ଲୋବାଲ୍ ନେଟୱାର୍କ ଫର ନେଗଲେକ୍ଟେଡ୍ ଟ୍ରପିକାଲ ଡିଜିଜ୍’ ଅଭିଯାନରେ ପବ୍ଲିକ ହେଲଥ୍ ଚାମ୍ପିଅନ ଭାବେ ସାମିଲ ହୋଇଛନ୍ତି। ପବ୍ଲିକ୍ ହେଲଥ୍ ଚାମ୍ପିଅନ୍ ଭାବେ ସାଂସଦ ଶ୍ରୀ ପଣ୍ଡା ଭାରତ ତଥା ନିଜ ରାଜ୍ୟ ଓଡ଼ିଶାରେ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ଆଦି ରୋଗର ଦୂରୀକରଣ ପାଇଁ ଜାତୀୟସ୍ତରରେ ବିଭିନ୍ନ ନୀତି ପ୍ରଣୟନ କାର୍ଯ୍ୟକ୍ରମରେ କ୍ରିୟାଶୀଳ ହେବା ସହ ବୃହତର ରାଜନୈତିକ ସହଯୋଗ ଜୁଟାଇବା ଓ ଏହି […]

Baijayant Panda, MP

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 12:49 PM IST

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ‘ଗ୍ଲୋବାଲ୍ ନେଟୱାର୍କ ଫର ନେଗଲେକ୍ଟେଡ୍ ଟ୍ରପିକାଲ ଡିଜିଜ୍’ ଅଭିଯାନରେ ପବ୍ଲିକ ହେଲଥ୍ ଚାମ୍ପିଅନ ଭାବେ ସାମିଲ ହୋଇଛନ୍ତି। ପବ୍ଲିକ୍ ହେଲଥ୍ ଚାମ୍ପିଅନ୍ ଭାବେ ସାଂସଦ ଶ୍ରୀ ପଣ୍ଡା ଭାରତ ତଥା ନିଜ ରାଜ୍ୟ ଓଡ଼ିଶାରେ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ଆଦି ରୋଗର ଦୂରୀକରଣ ପାଇଁ ଜାତୀୟସ୍ତରରେ ବିଭିନ୍ନ ନୀତି ପ୍ରଣୟନ କାର୍ଯ୍ୟକ୍ରମରେ କ୍ରିୟାଶୀଳ ହେବା ସହ ବୃହତର ରାଜନୈତିକ ସହଯୋଗ ଜୁଟାଇବା ଓ ଏହି ରୋଗଗୁଡିକର ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ।

ଏହି ରୋଗଗୁଡିକୁ ମୁକାବିଲା କରିବାରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଦ୍ୱାରା ରାଜ୍ୟ ତଥା ଦେଶରେ ଏହାର ପ୍ରଭାବ ପରିଲକ୍ଷିତ ହେବ। ଏହି ଅଭିଯାନରେ ତାଙ୍କୁ ସାମିଲ କରାଯାଇଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ସାଂସଦ ପଣ୍ଡା।

ସୂଚନାଯୋଗ୍ୟ, ‘ଗ୍ଲୋବାଲ ନେଟୱାର୍କ’ ବିଗତ ଦିନରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ହାତିପାଓନ୍ ମୁକ୍ତ ଭାରତ’ ଅଭିଯାନ, ଫାଇଲେରିୟା ଦୂରୀକରଣ ସଫଳ ରୂପାୟନ କରିଛନ୍ତି।

Related story