ଚାପି ଦେଇ ଚାଲିଗଲା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଲ ବିକିବା ପାଇଁ ରାସ୍ତା ପାର୍‌ ହେଉଥିବା ବେଳେ ମାଡିଗଲା ଟ୍ରକ। ଚାଲିଗଲା ଦୁଇଟି ଜୀବନ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୁଠଙ୍ଗ ଗାଁର ୧୩ ବର୍ଷର ବାଳକ ରାକେଶ ଦାସ ଓ ଅମୀୟ ଦାସ ଏନ୍‌ଏଚ୍‌-୫ର ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ପ୍ରତିଦିନ ଫୁଲ ବିକ୍ରି କରନ୍ତି। […]

truck-accident-balasore-two-death

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 05:29 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଲ ବିକିବା ପାଇଁ ରାସ୍ତା ପାର୍‌ ହେଉଥିବା ବେଳେ ମାଡିଗଲା ଟ୍ରକ। ଚାଲିଗଲା ଦୁଇଟି ଜୀବନ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୁଠଙ୍ଗ ଗାଁର ୧୩ ବର୍ଷର ବାଳକ ରାକେଶ ଦାସ ଓ ଅମୀୟ ଦାସ ଏନ୍‌ଏଚ୍‌-୫ର ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ପ୍ରତିଦିନ ଫୁଲ ବିକ୍ରି କରନ୍ତି। ଆଜି ଉଭୟ ଫୁଲ ବିକ୍ରି କରି ଫେରୁଥିବା ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ସୋର ତହସିଲଦାର ପ୍ରିୟବ୍ରତ ପାଢ଼ୀ ଓ ଖନ୍ତାପଡ଼ା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Related story