ଗ୍ୟାସ୍‌ କଣ୍ଟେନର, ପୁଲିସ୍‌ ଗାଡ଼ି ପରେ ଓଲଟିଲା ଟ୍ରକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଛତ୍ରପୁରରେ ସକାଳୁ ୨ ଟି ଦୁର୍ଘଟଣା ଘଟି ସାରିଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ସକାଳୁ ଏକ ଗ୍ୟାସ୍ କଣ୍ଟେନ୍‌ର  ଓଲଟି ପଡ଼ିଥିବା ବେଳେ ଏହାର କିଛି ଦୂରରେ ଏହି ଅଘଟଣ ଘଟିଛି । ରାସ୍ତା କଡ଼ରେ ପାର୍କିଂ କରୁଥିବା ବେଳେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଛତ୍ରପୁର ନିକଟ ଏନ୍ଏଚ୍ ୧୬ରେ ସକାଳେ ଏକ ଇନ୍ଧନ ଭର୍ତ୍ତି ଗ୍ୟାସ୍‌ ଟ୍ୟାଙ୍କର ଓଲଟି […]

truck

Niharika Rout
  • Published: Wednesday, 13 January 2021
  • , Updated: 13 January 2021, 02:46 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଛତ୍ରପୁରରେ ସକାଳୁ ୨ ଟି ଦୁର୍ଘଟଣା ଘଟି ସାରିଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ସକାଳୁ ଏକ ଗ୍ୟାସ୍ କଣ୍ଟେନ୍‌ର  ଓଲଟି ପଡ଼ିଥିବା ବେଳେ ଏହାର କିଛି ଦୂରରେ ଏହି ଅଘଟଣ ଘଟିଛି । ରାସ୍ତା କଡ଼ରେ ପାର୍କିଂ କରୁଥିବା ବେଳେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ଛତ୍ରପୁର ନିକଟ ଏନ୍ଏଚ୍ ୧୬ରେ ସକାଳେ ଏକ ଇନ୍ଧନ ଭର୍ତ୍ତି ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ଏହାପରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଯାଉଥିବା ଏକ ପୁଲିସ୍‌ ଗାଡ଼ି ଓଲଟି ପଡ଼ିଥିଲା।  ପୁଲିସ୍‌ ଭ୍ୟାନ ଓଲଟି ପଡ଼ିବାରୁ ୫ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଜଣଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ଗୋଟିଏ ଗାଡ଼ିରେ ୫ ଜଣ ପୁଲିସ୍‌   କର୍ମଚାରୀ ଦୁର୍ଘଟଣାସ୍ଥଳକୁ ଯାଉଥିଲେ । ଦୁର୍ଘଟଣାସ୍ଥଳଠାରୁ ଅଳ୍ପ କିଛି ବାଟ ଦୂରରେ ଜଣେ ସାଇକେଲ୍ ଆରୋହୀଙ୍କୁ ସାଇଡ୍ ଦେବାକୁ ଯାଇ ପୁଲିସ୍‌ ଗାଡ଼ିଟି ଓଲଟି ପଡ଼ିଥିଲା ।

Related story