ଘରକୁ ଫେରୁଥିବା ବେଳେ ପିଟିଲା ଟ୍ରକ୍‌, ରାସ୍ତାରେ ଚାଲିଗଲା ଜୀବନ

ରାଇରଙ୍ଗପୁର (ରାଜେଶ ଶର୍ମା): କାମ ସାରି ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଚାଲିଗଲା ଦୁଇ ଜଣ ମହିଳାଙ୍କ ଜୀବନ। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ସକାଳେ ବିଶୋଇ ଥାନା ମଣଦା ଗାଁର ୫ ଜଣ ମହିଳା କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଏକ ଡାଲା ଅଟୋରେ ଘରକୁ ଫେରୁଥିଲେ। ୪୯ ନମ୍ୱର ଜାତୀୟ ରାଜପଥର ମଣଦା କଲେଜ […]

accidenttgg

Manoranjan Sial
  • Published: Friday, 22 February 2019
  • , Updated: 22 February 2019, 11:00 PM IST

ରାଇରଙ୍ଗପୁର (ରାଜେଶ ଶର୍ମା): କାମ ସାରି ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଚାଲିଗଲା ଦୁଇ ଜଣ ମହିଳାଙ୍କ ଜୀବନ। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆଜି ସକାଳେ ବିଶୋଇ ଥାନା ମଣଦା ଗାଁର ୫ ଜଣ ମହିଳା କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଏକ ଡାଲା ଅଟୋରେ ଘରକୁ ଫେରୁଥିଲେ। ୪୯ ନମ୍ୱର ଜାତୀୟ ରାଜପଥର ମଣଦା କଲେଜ ନିକଟରେ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ସହଚରୀ ବେହେରା ଓ ସରି ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗାଡ଼ି ଚାଳକ ଉତ୍ତମ ମହନ୍ତ, ଶ୍ରମିକ ରାଇବାରୀ ବେହେରା, ପ୍ରମିଳା ବେହେରା, ମମତା ବେହେରା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କ ମଣଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ସେଠାରେ ରାଇବାରୀ ବେହେରା, ପ୍ରମିଳା ବେହେରା ଓ ମମତା ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ମେଡ଼ିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

Related story