ଶାଶୁ ଓ ଜ୍ୱାଇଁ ବାଇକ୍‌ରେ ଫେରୁଥିଲେ, ପିଟିଦେଲା ଟ୍ରକ୍‌

ତେଲକୋଇ(ଚିନ୍ମୟ କୁମାର ସାହୁ): ଶ୍ୱଶୁର ଘରୁ ଶାଶୁଙ୍କୁ ଧରି ବାଇକ୍‌ରେ ଫେରୁଥିଲେ ଜ୍ୱାଇଁ। ହେଲେ ରାସ୍ତାରେ ପିଟିଦେଲା ଟ୍ରକ୍‌। ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି। କାଳିଆହତା ଫାଣ୍ଡି କାଟେଣୀ ଗାଁର ଭିକାରୀ ଚରଣ ଦେହୁରୀ ବୁଧବାର ଦିନ ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଜୋକପାଣି ଗ୍ରାମର ଶ୍ୱଶୁର […]

Telcoi

Telcoi

Manoranjan Sial
  • Published: Thursday, 29 September 2022
  • Updated: 29 September 2022, 04:25 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ଶ୍ୱଶୁର ଘରୁ ଶାଶୁଙ୍କୁ ଧରି ବାଇକ୍‌ରେ ଫେରୁଥିଲେ ଜ୍ୱାଇଁ। ହେଲେ ରାସ୍ତାରେ ପିଟିଦେଲା ଟ୍ରକ୍‌। ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି।

କାଳିଆହତା ଫାଣ୍ଡି କାଟେଣୀ ଗାଁର ଭିକାରୀ ଚରଣ ଦେହୁରୀ ବୁଧବାର ଦିନ ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଜୋକପାଣି ଗ୍ରାମର ଶ୍ୱଶୁର ଘରକୁ ଯାଇଥିଲା। ଆଜି ସେ ବାଇକ୍‌ରେ ଶାଶୁ ମଲ୍ଲୀ ଦଣ୍ଡପାଟଙ୍କୁ ବସାଇ ଘରକୁ ଫେରୁଥିଲେ। ତେବେ ୪୯ ନମ୍ୱର ଜାତୀୟ ରାଜପଥରେ ଚାରି ଛକ ଅତିକ୍ରମ କରୁଥିବା ବେଳେ ଏକ ୧୨ ଚକିଆ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଶାଶୁ ମଲ୍ଲୀ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ବେଳେ ଭିକାରୀ ଟ୍ରକ୍‌ ଚକା ତଳେ ରହି ଯାଇଥିଲେ। ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ସ୍ଥାନୀୟ ଲୋକ ଶାଶୁ ମଲ୍ଲୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତେଲକୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ରାଜପଥରେ ସ୍ପିଡ୍‌ ବ୍ରେକର ଲଗାଇବାକୁ ଦାବି କରି ସ୍ଥାନୀୟ ଲୋକେ ୪୯ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story