ଆଖି ପିଛୁଳାକେ ଜଳିଗଲା ଟ୍ରକ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ସର୍ଟ ସର୍କିଟରୁ ଏକ ଟ୍ରକ୍‌ରେ ନିଆଁ  ଲାଗି ଯାଇଥିବା ଜଣାଯାଇଛି I  ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ହୋଇଯିବାରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I ଖବର ପାଇ […]

truck

truck

Niharika Rout
  • Published: Tuesday, 08 December 2020
  • Updated: 08 December 2020, 07:40 AM IST

Sports

Latest News

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ସର୍ଟ ସର୍କିଟରୁ ଏକ ଟ୍ରକ୍‌ରେ ନିଆଁ  ଲାଗି ଯାଇଥିବା ଜଣାଯାଇଛି I  ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ହୋଇଯିବାରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I

ଖବର ପାଇ ଘଟଣାସ୍ଥଳରେ ବିନିକା ଓ ଏସ ରାମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I ଟ୍ରକଟି କିନ୍ତୁ କୁଆଡେ ଯାଉଥିଲା ତାହା ଜଣାପଡିନାହିଁ I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos