ମୁହାଁମୁହିଁ ଧକ୍କା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦୁଇଟି ଟ୍ରକ୍‌ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆଉ ଗୋଟିକରେ ଲାଗି ଯାଇଥିଲା ନିଆଁ। ନିଆଁ ଲାଗିବା ଯୋଗୁ ଉକ୍ତ ଟ୍ରକ୍‌ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ। ଆଜି ସକାଳ ପ୍ରାୟ ୫ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏହି […]

Accident

Accident

Jitendra Garnayak
  • Published: Sunday, 30 May 2021
  • Updated: 30 May 2021, 09:44 AM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦୁଇଟି ଟ୍ରକ୍‌ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆଉ ଗୋଟିକରେ ଲାଗି ଯାଇଥିଲା ନିଆଁ। ନିଆଁ ଲାଗିବା ଯୋଗୁ ଉକ୍ତ ଟ୍ରକ୍‌ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ।

[caption id="attachment_647123" align="aligncenter" width="650"]Accident In Deogarh ଦୁର୍ଘଟଣା ପରେ ଅନ୍ୟ ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଛି[/caption]

ଆଜି ସକାଳ ପ୍ରାୟ ୫ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଦେବଗଡ଼ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମାଲ୍‌ ବୋଝେଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଦେବଗଡ଼ ପଟୁ ଯାଉଥିବା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା ଓ ସେଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଟ୍ରକ୍‌ରୁ ଡାଲାଟି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ସେହିପରି ଅନ୍ୟ ଟ୍ରକ୍‌ଟି ରାସ୍ତା ତଳକୁ ଖସି ଯାଇଥିଲା।

[caption id="attachment_647124" align="aligncenter" width="650"]Accident ଦୁର୍ଘଟଣାରେ ଜଳି ଯାଇଥିବା ଟ୍ରକ୍‌ରୁ ଡାଲା ବାହାରି ଯାଇଥିଲା।[/caption]

ଖବର ପାଇ ବାରକୋଟ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos