ଟ୍ରକ୍‌କୁ ପଛରୁ ପିଟିଲା ଆଇଚର

ଅନୁଗୋଳ( ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ବାଇପାସ୍‌ ନିକଟରେ ଆଜି ଭୋର୍‌ରେ ଏକ ଟ୍ରକ୍‌କୁ ଏକ ଆଇଚର ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଆଇଚରର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆଇଚରରେ ଥିବା ଆଉ ୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ, ଏକ କୁକୁଡ଼ା ବୋଝେଇ ଆଇଚର ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ […]

angul-1-1

Niharika Rout
  • Published: Monday, 30 December 2019
  • , Updated: 30 December 2019, 10:29 AM IST

ଅନୁଗୋଳ( ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ବାଇପାସ୍‌ ନିକଟରେ ଆଜି ଭୋର୍‌ରେ ଏକ ଟ୍ରକ୍‌କୁ ଏକ ଆଇଚର ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଆଇଚରର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆଇଚରରେ ଥିବା ଆଉ ୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ, ଏକ କୁକୁଡ଼ା ବୋଝେଇ ଆଇଚର ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ ତାଳଚେର ବାଇପାସ୍‌ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏହା ପଛପଟୁ ପିଟି ଦେବାରୁ ଦୁର୍ଘଟଣା ଘଟିଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଶତ୍ରୁଘ୍ନଙ୍କୁ ମୃତ ଘୋଷଣା କରିଥିଲେ।

Related story