ବ୍ରିଜର ୫୦ଫୁଟ୍‌ ତଳକୁ ଖସିପଡ଼ିଲା ଟ୍ରକ୍, ୨ ମୃତ

କୋଇଡ଼ା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡା ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଟ୍ରକ୍‌ର ଡ୍ରାଇଭର ଓ ହେଲପର। ଉଭୟଙ୍କର ପରିଚୟ ମିଳିନାହିଁ। ଆଜି ସକାଳେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଡ଼ା ବ୍ରିଜ […]

accident

  • Published: Wednesday, 05 October 2022
  • , Updated: 05 October 2022, 02:21 PM IST

କୋଇଡ଼ା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡା ବ୍ରିଜରୁ ୫୦ଫୁଟ୍‌ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଟ୍ରକ୍‌ର ଡ୍ରାଇଭର ଓ ହେଲପର। ଉଭୟଙ୍କର ପରିଚୟ ମିଳିନାହିଁ।

ଆଜି ସକାଳେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜର ୫୦ଫୁଟ୍‌କୁ ତଳକୁ ଖସି ପଡ଼ିଥିଲା। ଡ୍ରାଇଭର ଓ ହେଲଭର ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Related story