ଘରକୁ ଫେରୁଥିଲେ ସ୍ୱାମୀସ୍ତ୍ରୀ, ପିଟି ଦେଲା ଟ୍ରକ୍‌

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଘୋଟଶ୍ୱର ଗାଁ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟଶ୍ୱର ଗାଁରୁ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ […]

truck-1-1

Niharika Rout
  • Published: Monday, 02 March 2020
  • , Updated: 02 March 2020, 09:25 AM IST

ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଘୋଟଶ୍ୱର ଗାଁ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବଲାଙ୍ଗିର ଜିଲ୍ଲା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ବୋଲି ଜଣାପଡିଛି ।

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କୁଇମୁଣ୍ତା ଗାଁର ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ଘୋଟଶ୍ୱର ଗାଁରୁ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ । ମାତ୍ର  ଘୋଟଶ୍ୱର ଗାଁରୁ ବାହାରି ଜାତୀୟ ରାଜପଥକୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍‌ ବାଇକ୍‌ଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଉପାସୀଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି। କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି ।

Related story