ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ବସ୍‌ଷ୍ଟାଣ୍ଡ ନିକଟରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍ ଏହାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଓଭରବ୍ରିଜ୍‌କୁ ତଳକୁ ଖସିଯିବା ଅବସ୍ଥାକୁ ଚାଲି ଯାଇଥିଲା। ତେବେ ସୌଭାଗ୍ୟ ବଶତଃ ବସ୍‌ରେ ଥିବା ପ୍ରାୟ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଆଜି ଭୋର ସମୟରେ […]

bus1

Jyoshna Pradhan
  • Published: Saturday, 18 May 2019
  • , Updated: 18 May 2019, 11:30 AM IST

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ବସ୍‌ଷ୍ଟାଣ୍ଡ ନିକଟରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍ ଏହାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଓଭରବ୍ରିଜ୍‌କୁ ତଳକୁ ଖସିଯିବା ଅବସ୍ଥାକୁ ଚାଲି ଯାଇଥିଲା। ତେବେ ସୌଭାଗ୍ୟ ବଶତଃ ବସ୍‌ରେ ଥିବା ପ୍ରାୟ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

ଆଜି ଭୋର ସମୟରେ ‘ସାହୁ’ ନାମକ ଏହି ଘରୋଇ ବସ୍‌ ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଉତ୍ତରେଶ୍ୱର ଛକ ନିକଟରେ ବସ୍‌ଟି କିଛି ସମୟ ପାଇଁ ଅଟକି ଥିଲା। କିଛି ଯାତ୍ରୀ ସେଠାରେ ଓହ୍ଲାଉ ଥିଲେ। ଏହି ସମୟରେ ଯାଜପୁରରୁ ବର୍ଦ୍ଧମାନ ଯାଉଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ବସ୍‌କୁ ପଛ ପଟୁ ଧକ୍କା ଦେଇଥିଲା। ଧକ୍କା ଖାଇବା ପରେ ବସ୍‌ଟି ଆଗକୁ ଗଡ଼ି ଯାଇଥିଲା ଓ ଏହାର ଆଗ ଚକ ଓଭିର ବ୍ରିଜ୍‌ରେ ବାଡ଼ାକୁ ଅତିକ୍ରମ କରି ଯାଇଥିଲା। ଭାଗ୍ୟ ଭଲ ବସ୍‌ଟି ସେତିକିରେ ଅଟକି ଗଲା। ନ ହେଲେ ଏହା ଓଭରବ୍ରିଜ୍ ତଳକୁ ଓଲଟି ପଡ଼ି ଥାଆନ୍ତା।

ଏହି ଘଟଣାର ପରେ ବସ୍‌ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରିଥିଲା।  ଏଥିସହ ପୁଲିସ୍ ଉଭୟ ଟ୍ରକ୍‌ ଓ ବସ୍‌କୁ ଜବତ କରିଛି।

Related story