ହାଇୱାରେ ପିଟି ହେଲା ଅଙ୍ଗାରକାମ୍ଳ ଗ୍ୟାସ ବୋଝେଇ ଟ୍ରକ୍

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ହାଇୱାରେ ପିଟି ହେଲା ଅଙ୍ଗାରକାମ୍ଳ ଗ୍ୟାସ ବୋଝେଇ  ଟ୍ରକ୍ । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦ ପଡା ଛକରେ ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗତକାଲି  ରଣପୁର ଥାନା ଅନ୍ତର୍ଗତ  ବିନୋଦ ପଡା ଛକରେ ଏକ ହାଇୱା ଛିଡ଼ା ହୋଇଥିଲ। ଏହି ସମୟରେ […]

vehicle

vehicle

Niharika Rout
  • Published: Friday, 06 May 2022
  • Updated: 06 May 2022, 10:41 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ହାଇୱାରେ ପିଟି ହେଲା ଅଙ୍ଗାରକାମ୍ଳ ଗ୍ୟାସ ବୋଝେଇ  ଟ୍ରକ୍ । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦ ପଡା ଛକରେ ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ।

ଗତକାଲି  ରଣପୁର ଥାନା ଅନ୍ତର୍ଗତ  ବିନୋଦ ପଡା ଛକରେ ଏକ ହାଇୱା ଛିଡ଼ା ହୋଇଥିଲ। ଏହି ସମୟରେ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗ୍ୟାସ୍‌ ବୋଝେଇ ଟ୍ରକ୍‌ଟି ହାଇୱା ପଛ ପଟେ  ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଅଛନ୍ତି।

[caption id="attachment_732536" align="aligncenter" width="650"]gas ଲିକ୍‌ ହେଉଥିବା ଗ୍ୟାସ୍‌ ।[/caption]

ଦୁର୍ଘଟଣା ପରେ ଟ୍ରକ୍‌ରୁ ବହୁ ପରିମାଣର ଗ୍ୟାସ୍‌ ଲିକ୍‌ ହୋଇ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଗଲା। ଏଥିଯୋଗୁ କିଛି ସମୟ ଯାନବାହନ ଚଳାଚଳ ବ୍ୟାହତ ହେଲା। ଖବର ପାଇ ପୁଲିସ୍‌ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ କରିଥିଲା। ଏହାପରେ କମ୍ପାନୀ କର୍ମଚାରୀ ପହଞ୍ଚି ସଜାଡ଼ିବା ପରେ ଗାଡ଼ିରୁ ଗ୍ୟାସ୍‌ ଲିକ୍‌ ହେବା ବନ୍ଦ ହୋଇଛି।

ଦୁର୍ଘଟଣାଗ୍ରସ୍ତ ଟାଙ୍କିରେ ୧୩ ହଜାର ଲିଟର ଅଙ୍ଗାରକାମ୍ଳ ଗ୍ୟାସ ଥିବା ଜଣାପଡିଛି । ଏହି ଗ୍ୟାସ୍‌ ମୁଖ୍ୟତଃ ନିଆଁ ଲିଭା କାମରେ ବ୍ୟବହାର କରାଯାଏ ବୋଲି କମ୍ପାନୀ କର୍ମଚାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos