ଘରେ ଥିଲେ ସ୍ୱାମୀସ୍ତ୍ରୀ, ମାଡ଼ିଗଲା ଟ୍ରକ୍‌

କଳାହାଣ୍ଡି(ରାଜକୁମାର ସିଂହଦେଓ): ଘରେ ଥିଲେ ସ୍ୱାମୀସ୍ତ୍ରୀ। ହେଲେ ଅଚାନକ ଏକ ଟ୍ରକ୍‌ ଘର ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ସ୍ତ୍ରୀ। ଏହି ଦୁର୍ଘଟଣାରେ ସ୍ୱାମୀ ଗୁରୁତର  ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ଏପରି ଅଭାବନୀୟ ଘଟଣା ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କନ୍ତେଶୀର ଗାଁରେ ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କନ୍ତେଶୀ ଗାଁର ମୋହନ ରଣା ଓ ତାଙ୍କ ସ୍ତ୍ରୀ ମଦନୀ ଘରେ ଥିବା ବେଳେ […]

truck

truck

Niharika Rout
  • Published: Saturday, 08 May 2021
  • Updated: 08 May 2021, 02:43 PM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂହଦେଓ): ଘରେ ଥିଲେ ସ୍ୱାମୀସ୍ତ୍ରୀ। ହେଲେ ଅଚାନକ ଏକ ଟ୍ରକ୍‌ ଘର ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ସ୍ତ୍ରୀ। ଏହି ଦୁର୍ଘଟଣାରେ ସ୍ୱାମୀ ଗୁରୁତର  ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।  ଏପରି ଅଭାବନୀୟ ଘଟଣା ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କନ୍ତେଶୀର ଗାଁରେ ଘଟିଛି।

୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କନ୍ତେଶୀ ଗାଁର ମୋହନ ରଣା ଓ ତାଙ୍କ ସ୍ତ୍ରୀ ମଦନୀ ଘରେ ଥିବା ବେଳେ ବଲାଙ୍ଗୀର ପଟୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଘର ଉପରେ ମାଡି ଯାଇଥିଲା  । ଫଳରେ ମଦନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ସ୍ୱାମୀ ମୋହନ ଅଲ୍ପକେ ବର୍ତ୍ତି ଯାଇ ଗୁରୁତର ଅଛନ୍ତି । ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛି । ଏ ନେଇ ଖବର ପାଇବା ପରେ କେସିଙ୍ଗା  ପୁଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos