ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଚଢ଼ି ଯିବାରୁ ରଞ୍ଜିତା ଦାସ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରଞ୍ଜିତା ବାଇକ୍‌ରେ ଲିଫ୍ଟ ମାଗି କଣ୍ଟାବଣିଆରୁ ବଅଁରପାଳ ଅଭିମୁଖେ ଆସୁଥିଲେ। ବୁଢ଼ାପଙ୍କ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ ଓ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ଉଭୟ […]

accident1

accident1

Jitendra Garnayak
  • Published: Sunday, 28 April 2019
  • Updated: 28 April 2019, 06:05 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଚଢ଼ି ଯିବାରୁ ରଞ୍ଜିତା ଦାସ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରଞ୍ଜିତା ବାଇକ୍‌ରେ ଲିଫ୍ଟ ମାଗି କଣ୍ଟାବଣିଆରୁ ବଅଁରପାଳ ଅଭିମୁଖେ ଆସୁଥିଲେ। ବୁଢ଼ାପଙ୍କ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ ଓ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ପରେ ଉଭୟ ଟ୍ରକ୍ ଓ ବାଇକ୍ ଚାଳକ ଫେରାର ହୋଇଯାଇଥିଲେ। ବଅଁରପାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ସୂଚନାଯୋଗ୍ୟ, ଗତକାଲି ଅନୁଗୋଳର ନାଲକୋ ଥାନା ଅନ୍ତର୍ଗତ ସିପିପି ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଚଢ଼ିଯିବାରୁ ଜ୍ୟୋତିର୍ମୟୀ ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀ ଓ ପୁଅ ସାମାନ୍ୟ ଆହତ ହୋଇଥିଲେ। ଜ୍ୟୋତିର୍ମୟୀ ସ୍କୁଲ୍‌ରେ କାମ ସାରି ସ୍ୱାମୀ ଓ ପୁଅ ସହିତ ବାଇକ୍‌ରେ ଫେରୁଥିବା ବେଳେ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ସେମାନେ ସମସ୍ତେ ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ଟ୍ରକ୍‌ଟି ଜ୍ୟୋତିର୍ମୟୀଙ୍କ ଉପରେ ମାଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos