ଏସିଡ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍‌

Ordigital Desk
  • Published: Friday, 06 April 2018
  • , Updated: 06 April 2018, 12:53 PM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋପାଳପୁର ଜଙ୍କସନ ନିକଟରେ ଏକ ଏସିଡ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି।</p> <p>ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଏସିଡ୍ ଟ୍ୟାଙ୍କରକୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେ ଷ୍ଟିୟରିଂ ଭିତରେ ଚାପି ହୋଇ ରହିଥିବା ବେଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।</p> <p>ଦୁର୍ଘଟଣାଗ୍ରସ୍ତ ଏସିଡ୍ ଟ୍ୟାଙ୍କରରୁ କିଛି ମାତ୍ରାରେ ଏସିଡ୍ ଲିକ୍ ହୋଇଥିଲା। ନିର୍ଗତ ଏସିଡ୍&zwnj;କୁ ମାଟିରେ ଛାଡି ଦିଆଯାଇଛି ଏବଂ ଟ୍ୟାଙ୍କରଟିକୁ ରାସ୍ତାକଡ଼କୁ ସ୍ଥାନାନ୍ତର କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।</p>

Related story