ଚଳନ୍ତା ଆଳୁ ବୋଝେଇ ଟ୍ରକ ଜଳିଗଲା

ଜଳେଶ୍ୱର(ଅଜିତ୍ କୁମାର ଦାସ): ଚଳନ୍ତା ଆଳୁ ବୋଝେଇ ଟ୍ରକ ଜଳିଗଲା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡ଼ିଖାଳ ଛକ ନିକଟରେ ଏହି ଘଟଣା ଘଟିଛି। ଟ୍ରକ୍‌ଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଏବଂ ହେଲପର ଟ୍ରକ ଛାଡି ଦୌଡି ପଳାଇ ଯାଇଥିଲେ। ନିମିଷକ ମଧ୍ୟରେ ଟ୍ରକଟି ଜଳିପୋଡି ପାଉଁଶ ହୋଇଯାଇଥିଲା। […]

Untitled-1

  • Published: Wednesday, 14 September 2022
  • , Updated: 14 September 2022, 02:23 PM IST

ଜଳେଶ୍ୱର(ଅଜିତ୍ କୁମାର ଦାସ): ଚଳନ୍ତା ଆଳୁ ବୋଝେଇ ଟ୍ରକ ଜଳିଗଲା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡ଼ିଖାଳ ଛକ ନିକଟରେ ଏହି ଘଟଣା ଘଟିଛି।

ଟ୍ରକ୍‌ଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଏବଂ ହେଲପର ଟ୍ରକ ଛାଡି ଦୌଡି ପଳାଇ ଯାଇଥିଲେ। ନିମିଷକ ମଧ୍ୟରେ ଟ୍ରକଟି ଜଳିପୋଡି ପାଉଁଶ ହୋଇଯାଇଥିଲା। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। କିଛି ସମୟ ପାଇଁ ଏହି ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଯାଇଥିଲା। ରାସ୍ତା ଓ ଆକାଶ ଧୂଆଁମୟ ହୋଇଯାଇଥିଲା। ଲୋକେ ଜଳି ଯାଉଥିବା ଟ୍ରକ୍‌ର ଭିଡ଼ିଓ ରେକର୍ଡ କରିଥିଲେ।

ସେପଟେ ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲା। ନିଆଁ ଲିଭାଇବାକୁ ଟ୍ରକ୍ ଉପରେ ପାଣି ପକାଇଥିଲା। ପୁଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related story