ଟ୍ରକକୁ ଧକ୍କା ଦେଲା ଟ୍ରକ: ଜଣେ ଆହତ

ବ୍ରହ୍ମପୁର: ବ୍ରହ୍ମପୁରର ଲାଞ୍ଜିପଲି ବାଇପାସ ନିକଟରେ ଗୁରୁବାର ଭୋରରେ ଏକ ସଡ଼କ ଦୁର୍ଘଟଣା ଘଟିଛି।  ପାରାଦୀପରୁ ରାୟଗଡ଼ାକୁ ଆସୁଥିବା ଏକ ମଦ ବୋଝେଇ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।