ମଟର ଲାଗିନି କି ହ୍ୟାଣ୍ଡେଲ୍ ନାହିଁ, ୪ ବର୍ଷ ହେଲା ଆପେ ଆପେ ବାହାରୁଛି ପାଣି

ପ୍ରକୃତି ନିଜ ପାଖରେ ଅନେକ ଆଶ୍ଚର୍ଯ୍ୟ ଲୁଚେଇ ରଖିଛି। ଯୁଗ ଯୁଗ ଧରି ଏହାକୁ ମଣିଷ କେବେ ଠିକ୍‌ରେ ବୁଝି ପାରିନି। ବେଳେବେଳେ ଆମ ଦୈନନ୍ଦିନ ଜୀବନରେ ଏମିତି କିଛି ଘଟଣା ଘଟେ ଯାହା ପାଇଁ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଏହିପରି ଏକ ଘଟଣା ବିଷୟରେ ପଢ଼ନ୍ତୁ ମୟୂରଭଞ୍ଜ ଜିଲ୍ଲାରୁ। କରଞ୍ଜିଆ (ସରୋଜ ବେହେରା): ଗାଁଟିର ନାଁ ‘ନଅଦା’। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଅନ୍ତର୍ଗତ ମଣଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହାଏକ ଅଜଣା ଅଶୁଣା […]

Tubewel

Tubewel

Ordigital Desk
  • Published: Saturday, 19 May 2018
  • Updated: 19 May 2018, 04:49 PM IST

Sports

Latest News

ପ୍ରକୃତି ନିଜ ପାଖରେ ଅନେକ ଆଶ୍ଚର୍ଯ୍ୟ ଲୁଚେଇ ରଖିଛି। ଯୁଗ ଯୁଗ ଧରି ଏହାକୁ ମଣିଷ କେବେ ଠିକ୍‌ରେ ବୁଝି ପାରିନି। ବେଳେବେଳେ ଆମ ଦୈନନ୍ଦିନ ଜୀବନରେ ଏମିତି କିଛି ଘଟଣା ଘଟେ ଯାହା ପାଇଁ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଏହିପରି ଏକ ଘଟଣା ବିଷୟରେ ପଢ଼ନ୍ତୁ ମୟୂରଭଞ୍ଜ ଜିଲ୍ଲାରୁ।

କରଞ୍ଜିଆ (ସରୋଜ ବେହେରା): ଗାଁଟିର ନାଁ ‘ନଅଦା’। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଅନ୍ତର୍ଗତ ମଣଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହାଏକ ଅଜଣା ଅଶୁଣା ଯାଗା। ହେଲେ ଗତ ୪ ବର୍ଷ ଧରି ଏହା ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଚର୍ଚ୍ଚାର କାରଣ ପାଲଟିଛି ଏକ ଟ୍ୟୁବ୍‌ୱେଲ୍ ବା ନଳକୂଅ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମଜାଦାର।

ନଦା ଗାଁର ଜାଗୁଳୁଘାଟି ଛକ ନିକଟରେ ଅଛି ଏକ ନଳକୂପ। ବ୍ଲକ୍‌ ତରଫରୁ ସବୁ ଗାଁ ପରି ଏଠି ଏହି ନଳକୂଅଟିକୁ ଖୋଳା ଯାଇଥିଲା। କିନ୍ତୁ ଖୋଳିଲା ପରେ ଜଣାପଡ଼ିଲା ଏଥିରୁ ଅନବରତ ପାଣି ବାହିରୁଛି। ଅନ୍ୟ ନଳକୂଅରେ ହ୍ୟାଣ୍ଡଲ ମାରିଲେ ପାଣି ଉଠୁଥିବା ବେଳେ ଏଥିରେ ଆପେ ଆପେ ବାହାରୁଛି, ଅଟକାଇବା ସମ୍ଭବ ହେଉନାହିଁ। ନଳକୂଅ ଖୋଳାଳି ମାନେ ଏହାକୁ ୧୬୫ ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ପାଣି ବାହାରିବା ଆରମ୍ଭ ହୋଇଥିଲା।

ଆଶ୍ଚର୍ଯ୍ୟର କଥା ହେଲା, ପ୍ରାୟ ୪ ବର୍ଷ ତଳେ କୂଅଟି ଖୋଳା ଯାଇଥିଲା। ଏହାପରେ ଏଥିରେ ମଟର କିମ୍ବା ହ୍ୟାଣ୍ଡଲ ଲଗାଇବା ଆଉ ଦରକାର ପଡ଼ିନି। ବିନା ମଟରରେ ଚାରିବର୍ଷ ହେଲା ଏଥିରୁ ପାଣି ବାହାରି ଚାଲିଛି। ଗାଁ ଲୋକମାନେ ମଧ୍ୟ ଏହି ପାଣିର ବ୍ୟବହାର କରୁଛନ୍ତି। କିଏ କିଏ ପିଇବା ପାଇଁ ନେଉଛନ୍ତି ତ ଆଉ କିଏ ଅନବରତ ବାହାରୁଥିବା ଏହି ପାଣିକୁ ନାଳ କାଟି ନିଜ ବାଡ଼ିରେ ମଡ଼ୋଉଛନ୍ତି। ଏଥିପାଇଁ ଲୋକେ ହଇରାଣ ହରକତ ବି ହେଉଛନ୍ତି। ଗାଁ ଦାଣ୍ଡ ଏହି ପାଣି ଦ୍ୱାରା ବର୍ଷସାରା କାଦୁଅ ହୋଇ ରହୁଛି। କୂଅଟିକୁ ଦେଖିବା ପାଇଁ ଅନେକ ସମୟରେ ଆଖପାଖ ଗାଁର ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos