ଆସିକା: ଏକତରଫା ପ୍ରେମ ମହଙ୍ଗା ପଡିଲା, ଟିଉସନ ସାରଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ଆସିକା: ଏକତରଫା ପ୍ରେମ ଜଣେ ଟିଉସନ ସାରଙ୍କୁ ମହଙ୍ଗା ପଡିଛି। ନିଜ ଛାତ୍ରୀଙ୍କୁ ଭଲପାଉଥିବା ଏହି ଶିକ୍ଷକ ଜଣଙ୍କ ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଫେସବୁକରେ ଛାଡି ଅପଦସ୍ତ ହୋଇଛନ୍ତି।  ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଗ୍ରାମରେ । ଯୁବକ ଜଣଙ୍କ ଏପରି କାଣ୍ଡ ସଂପର୍କରେ ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଯୁବକମାନେ ସମ୍ପୃକ୍ତ ଟିଉସନ ସାରଙ୍କୁ ଧରି […]

bansidharapanda

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 03:20 PM IST

ଆସିକା: ଏକତରଫା ପ୍ରେମ ଜଣେ ଟିଉସନ ସାରଙ୍କୁ ମହଙ୍ଗା ପଡିଛି। ନିଜ ଛାତ୍ରୀଙ୍କୁ ଭଲପାଉଥିବା ଏହି ଶିକ୍ଷକ ଜଣଙ୍କ ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଫେସବୁକରେ ଛାଡି ଅପଦସ୍ତ ହୋଇଛନ୍ତି।  ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଗ୍ରାମରେ । ଯୁବକ ଜଣଙ୍କ ଏପରି କାଣ୍ଡ ସଂପର୍କରେ ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଯୁବକମାନେ ସମ୍ପୃକ୍ତ ଟିଉସନ ସାରଙ୍କୁ ଧରି ଲଣ୍ଡା କରିବା ସହ ପୂରା ଗାଁରେ ବୁଲାଇଥିଲେ। ପରେ ସମ୍ପୃକ୍ତ ତାଙ୍କୁ ପୋଲିସ ଜିମା ଦେଇଥିଲେ। ଝିଅର ବାପା ମଧ୍ୟ ପୋଲିସରେ ତାଙ୍କ ବିରୁଦ୍ଧରେ ଏକ ଏତଲା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଉକ୍ତ ଟିଉସନ ସାରଙ୍କୁ ଗିରଫ କରିନଥିଲେ ହେଁ ଅଟକ ରଖି ପଚରାଉଚରା କରୁଛି।

Related story