ଅମାନିଆ କଟକ ଷଣ୍ଢ, ଘଉଡ଼ାଇବା ପାଇଁ ଖର୍ଚ୍ଚ ହେଲାଣି ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଟକରେ ବୁଲା ଷଣ୍ଢଙ୍କୁ ଘଉଡ଼ାଇବା ପାଇଁ ବର୍ଷକୁ  ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିଧାନସଭାରେ କଟକ ସଦର ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। କଟକରେ ଷଣ୍ଢଙ୍କୁ ହଟାଇବାକୁ ବାର୍ଷିକ ହାରାହାରି ୧୨ ଲକ୍ଷ ୬୨୦୦ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ତ୍ରୀ କହିଛନ୍ତି। ବାହାରେ ବୁଲୁଥିବା ଷଣ୍ଢ ଓ କୁକୁରମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ବାର୍ଷିକ ହାରାହାରି ୧୨ ଲକ୍ଷ ୬ ହଜାର […]

890

Tapas Behera
  • Published: Tuesday, 18 February 2020
  • , Updated: 18 February 2020, 05:34 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଟକରେ ବୁଲା ଷଣ୍ଢଙ୍କୁ ଘଉଡ଼ାଇବା ପାଇଁ ବର୍ଷକୁ  ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିଧାନସଭାରେ କଟକ ସଦର ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। କଟକରେ ଷଣ୍ଢଙ୍କୁ ହଟାଇବାକୁ ବାର୍ଷିକ ହାରାହାରି ୧୨ ଲକ୍ଷ ୬୨୦୦ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ତ୍ରୀ କହିଛନ୍ତି।

ବାହାରେ ବୁଲୁଥିବା ଷଣ୍ଢ ଓ କୁକୁରମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ବାର୍ଷିକ ହାରାହାରି ୧୨ ଲକ୍ଷ ୬ ହଜାର ୨ ଶହ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ଗୃହ ନର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ବୁଲା ଷଣ୍ଢମାନଙ୍କ ଚରାବୁଲା ଉପରେ ନିୟନ୍ତ୍ରଣ ପାଇଁ ନିଗମ ତରଫରୁ ଏକ ସ୍କାର୍ଡ ଗଠନ କରାଯାଇଛି। ଯେଉଁଥିରେ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ବୁଲୁଥିବା ଷଣ୍ଢ ମାନଙ୍କୁ ଧରିବା ପାଇଁ ଅଭିଜ୍ଞ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସ୍କାର୍ଡ ବୁଲା ଗୋରୁ ଗାଈମାନଙ୍କୁ ରାସ୍ତା ଉପରୁ ଧରି କାଞ୍ଜିଆହୁଦାରେ ଛାଡିଥାନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ କର୍ମଚାରୀ ଓ ଗାଡି ନିୟୋଜନ କରାଯାଇ ଏହାକୁ ନିୟନ୍ତ୍ରଣ କରାଯିବାକୁ ଯୋଜନା କରାଯାଉଛି।

କୁକୁର ମାନଙ୍କ ବଂଶ ବୃଦ୍ଧି ଓ ପ୍ରାଦୃର୍ଭାବ ରୋକାଯିବା ନିମନ୍ତେ ମହାନଗର ନିଗମ ତରଫରୁ ସହରର ଗୋଟିଏ ସ୍ଥାନରେ କୁକୁରମାନଙ୍କ ବନ୍ଧ୍ୟାକରଣ ନିମନ୍ତେ ଡଗ ୟାର୍ଡ ପ୍ରତିଷ୍ଠା କରାଯାଇଛି। ସହରର ସମସ୍ତ ଅଞ୍ଚଳରୁ ବୁଲା କୁକୁରମାନଙ୍କୁ ଧରି ସାର୍ତୋଳ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଠାରେ ବନ୍ଧ୍ୟାକରଣ କରାଯାଇ ୭ଦିନ ପରେ ପୁର୍ନବାର ସେହି ସ୍ଥାନରେ ଛଡାଯାଇଥାଏ।

ସେହି କୁକୁରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥାଏ। ୨୦୧୮ ସେପ୍ଟେମ୍ୱର ଠାରୁ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ମୋଟ ୧୯୦୭ କୁକୁର ଧରାଯାଇ, ସେମାନଙ୍କୁ ଖାଦ୍ୟ ଯୋଗାଇଦେବା ନିମନ୍ତେ ମୋଟ ୩,୦୨,୪୮୬.୦୦ ଟଙ୍କା ଖର୍ଚ୍ଚ କରାଯାଇଛି। କୁକୁର ବନ୍ଧ୍ୟାକରଣ ପାଇଁ ଆବଶ୍ୟକୀୟ ଔଷଧ ଏବଂ ଅସ୍ତ୍ରୋପଚାରରେ ଲାଗୁଥିବା ଯନ୍ତ୍ରପାତି ନିମନ୍ତେ ୨୦୧୮ ଠାରୁ ୨୦୧୯ ପର୍ଯ୍ୟନ୍ତ ମୋଟ ଖର୍ଚ୍ଚ ୨,୬୪,୦୩୭.୦୦ ଓ ୨୦୧୯ ଠାରୁ ୨୦୨୦ ପର୍ଯ୍ୟନ୍ତ ମୋଟ ୩,୭୫,୩୯୧.୦୦ ଖର୍ଚ୍ଚ କରାଯାଇଛି।

Related story