ଏକାଥରକେ ୨୪ ଜଣଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ, ଜାଣନ୍ତୁ କିଏ କେଉଁ ବର୍ଷ ପାଇଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭା ପକ୍ଷରୁ ଖୁବ୍‌ ଶୀଘ୍ର ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ। ବିଧାନସଭା ଦ୍ୱାରା ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ […]

assembly

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 05:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭା ପକ୍ଷରୁ ଖୁବ୍‌ ଶୀଘ୍ର ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ। ବିଧାନସଭା ଦ୍ୱାରା ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦୀର୍ଘ ୯ ବର୍ଷ ଧରି ଏହି ପୁରସ୍କାର ଘୋଷଣା ନ ହୋଇ ପଡ଼ି ରହିଥିଲା।

ପଣ୍ଡିତ ନୀଳକଣ୍ଠ ସମ୍ମାନ

୨୦୦୯ - ବିଷ୍ଣୁ ଚରଣ ଦାସ, ୨୦୧୦-ଅରୁଣ କୁମାର ସାହୁ, ୨୦୧୧- ପ୍ରଭାତ କୁମାର ବିଶ୍ୱାଳ, ୨୦୧୨- ଡଃ ପ୍ରଫୁଲ୍ଲ ମାଝୀ, ୨୦୧୩-ଅମରପ୍ରସାଦ ଶତପଥୀ, ୨୦୧୪ ପ୍ରମିଳା ମଲ୍ଲିକ,୨୦୧୫- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨୦୧୬ - ଡଃ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଉତ୍କଳଗୌରବ ମଧୁସୂଦନ ସମ୍ମାନ

୨୦୦୯- ସୁରେନ୍ଦ୍ରନାଥ ନାୟକ, ୨୦୧୦- ବିମ୍ୱାଧର କୁଅଁର, ୨୦୧୧- ନିତ୍ୟାନନ୍ଦ ପ୍ରଧାନ, ୨୦୧୨- ଉମେଶଚନ୍ଦ୍ର ସ୍ୱାଇଁ, ୨୦୧୩- ବିକ୍ରମକେଶରୀ ବର୍ମା, ୨୦୧୪- ରାଜେନ୍ଦ୍ର ଢୋଲକିଆ, ୨୦୧୫- ସୁରେନ୍ଦ୍ରନାଥ ପରମାଣିକ ଓ ୨୦୧୬- ଚକ୍ରଧର ପାଇକ

ଉତ୍କଳମଣି ଗୋପବନ୍ଧୁ ସମ୍ମାନ

୨୦୦୯ -ସଞ୍ଜୟ ଦାସବର୍ମା, ୨୦୧୦- ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧- ସମୀର ରଞ୍ଜନ ଦାଶ, ୨୦୧୨- ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩- ବିଜୟ କୁମାର ମହାନ୍ତି, ୨୦୧୪- ଡଃ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫- କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ - ପ୍ରଦୀପ ପୁରୋହିତ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ଓ ବିଜେପିର ମାତ୍ର ଜଣେ ଲେଖାଏ ନେତା ରହିଛନ୍ତି। ତେବେ ଏହି ପୁରସ୍କାର ପ୍ରଦାନ ଉତ୍ସବର ତାରିଖ ଏ ଯାଏଁ ସ୍ଥିର ହୋଇନାହିଁ। କିନ୍ତୁ ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ କୌଣସି ଏକ ଦିନ ସ୍ଥିର କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।

Related story