ପୂର୍ବ ବର୍ଷ ତୁଳନାରେ ଟ୍ୱିନ୍‌ ସିଟିରେ ଅପରାଧ ହାର କମିଛି:ପୋଲିସ୍‌ କମିଶନର

ଭୁବନେଶ୍ୱର:  ଟ୍ୱିନ ସିଟିରେ  ଅପରାଧ  କମିଛି। ପୂର୍ବ ବର୍ଷ ତୁଳନାରେ ଟ୍ୱିନ୍‌ ସିଟିରେ ଅପରାଧ ହାର କମିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧ ବିବରଣୀର ସୂଚନା ଦେଇ  ଏହା କହିଛନ୍ତି ପୋଲିସ୍‌ କମିଶନ ୱାଇ.ବି.ଖୁରାନିଆ । ସେ କହିଛନ୍ତି,“ବ୍ୟାଙ୍କ ଡକାୟତି ଓ ହାଇୱେରେ ଲୁଟ୍‌ ହ୍ରାସ ପାଇଛି। ଲୋକଙ୍କ ଘରୁ ଗାଡ଼ି, ଲାପଟପ୍‌ ଓ ମୋବାଇଲ ଚୋରି ହ୍ରାସ ପାଇଛି।” ଖୁରାନିଆ କହିଛନ୍ତି,“ମହିଳାଙ୍କ ବିରୋଧରେ ମାମଲା ରାଜଧାନୀରେ ବୃଦ୍ଧି ପାଇଥିବା […]

police

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 07:10 PM IST

ଭୁବନେଶ୍ୱର:  ଟ୍ୱିନ ସିଟିରେ  ଅପରାଧ  କମିଛି। ପୂର୍ବ ବର୍ଷ ତୁଳନାରେ ଟ୍ୱିନ୍‌ ସିଟିରେ ଅପରାଧ ହାର କମିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧ ବିବରଣୀର ସୂଚନା ଦେଇ  ଏହା କହିଛନ୍ତି ପୋଲିସ୍‌ କମିଶନ ୱାଇ.ବି.ଖୁରାନିଆ ।

ସେ କହିଛନ୍ତି,“ବ୍ୟାଙ୍କ ଡକାୟତି ଓ ହାଇୱେରେ ଲୁଟ୍‌ ହ୍ରାସ ପାଇଛି। ଲୋକଙ୍କ ଘରୁ ଗାଡ଼ି, ଲାପଟପ୍‌ ଓ ମୋବାଇଲ ଚୋରି ହ୍ରାସ ପାଇଛି।”

ଖୁରାନିଆ କହିଛନ୍ତି,“ମହିଳାଙ୍କ ବିରୋଧରେ ମାମଲା ରାଜଧାନୀରେ ବୃଦ୍ଧି ପାଇଥିବା ବେଳେ କଟକରେ କମିଛି। ସଡ଼କ ଦୁର୍ଘଟଣା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬ ମସିହାରେ ଭୁବନେଶ୍ୱରରେ ୫୯୮ ଏବଂ କଟକରେ ୩୧୬ ଦୁର୍ଘଟଣା ଘଟିଛି।”

Related story