ନିର୍ଦ୍ଦୟ ଭାଉଜ: ନଣଦର ଗଳାକାଟି ହତ୍ୟା କରି ପ୍ରେମର ରୂପ ଦେଇଥିଲା

ବାଲୁଗାଁ (ଶକ୍ତି ମହାପାତ୍ର): ଚତୁର ଭାଉଜର ବୁଦ୍ଧି ମାନିବାକୁ ପଡ଼ିବ। ପୂର୍ବ ଶତ୍ରୁତାରୁ ଘର ଭିତରେ ନଣଦଙ୍କୁ ଗଳାକାଟି ହତ୍ୟା କରି କରିବା ପରେ ପ୍ରେମର ରୂପ ଦେଇଥିଲେ। ଭାଉଜଙ୍କ ଏମିତି ଚତୁରାମି ଯେ, ପରିବାର ଲୋକ ନା ପୁଲିସ କେହି ବୁଝିପାରିନଥିଲେ। ଶେଷରେ ନିରୀହ ପ୍ରେମିକ ପ୍ରବରକୁ ପୁଲିସ ବିନା କାରଣରେ ଅଟକ ରଖି ଜେରା କରିଥିଲା। କିନ୍ତୁ ପ୍ରେମିକ ପ୍ରବରଙ୍କଠାରୁ ଠିକ୍‌ ତଥ୍ୟ ପାଇନଥିଲା ପୁଲିସ। ରାତି ଅଧରେ ଭାଉଜକୁ ଥାନାକୁ ଆଣି ଘଟଣାର […]

Twist

Tapaswini Nayak
  • Published: Sunday, 15 December 2019
  • , Updated: 15 December 2019, 04:39 PM IST

ବାଲୁଗାଁ (ଶକ୍ତି ମହାପାତ୍ର): ଚତୁର ଭାଉଜର ବୁଦ୍ଧି ମାନିବାକୁ ପଡ଼ିବ। ପୂର୍ବ ଶତ୍ରୁତାରୁ ଘର ଭିତରେ ନଣଦଙ୍କୁ ଗଳାକାଟି ହତ୍ୟା କରି କରିବା ପରେ ପ୍ରେମର ରୂପ ଦେଇଥିଲେ। ଭାଉଜଙ୍କ ଏମିତି ଚତୁରାମି ଯେ, ପରିବାର ଲୋକ ନା ପୁଲିସ କେହି ବୁଝିପାରିନଥିଲେ। ଶେଷରେ ନିରୀହ ପ୍ରେମିକ ପ୍ରବରକୁ ପୁଲିସ ବିନା କାରଣରେ ଅଟକ ରଖି ଜେରା କରିଥିଲା। କିନ୍ତୁ ପ୍ରେମିକ ପ୍ରବରଙ୍କଠାରୁ ଠିକ୍‌ ତଥ୍ୟ ପାଇନଥିଲା ପୁଲିସ। ରାତି ଅଧରେ ଭାଉଜକୁ ଥାନାକୁ ଆଣି ଘଟଣାର ପର୍ଦ୍ଦାଫାସ କରିଥିଲା ଖୋର୍ଦ୍ଧା ପୁଲିସ। ଏନେଇ ଆଜି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ପୁଅ ୫ ମାସ ତଳେ କାବେରୀ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ପୁଅର ପ୍ରେମ ବିବାହକୁ ପରିବାର ସ୍ୱୀକାର ଦେଉନଥିଲେ। ତଥାପ କାବେରୀ ଶାଶୂ ଘରେ ରହୁଥିଲେ। ଯେଉଥିପାଇଁ ଭାଉଜ କାବେରୀ ଓ ନଣଦ ଶିବାନୀ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା।

କାବେରୀ ଓ ତାଙ୍କ ଶାଶୂ ଲୋକଙ୍କ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚିଥିଲା। ଶେଷରେ ଘର ଚାରି କାନ୍ଥରୁ କଥା ଯାଇ ଗାଁ କମିଟି ପହଞ୍ଚିଲା। ପରେ ମାମଲାର ସମାଧାନ ପାଇଁ ଗାଁରେ ଏକ ବୈଠକ ବସିଥିଲା। ଆଉ ପାଟିତୁଣ୍ଡ ନକରିବାକୁ ଗାଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ତା’ପରେ କାବେରୀଙ୍କ ସାଂସାର ଠିକ୍‌ ଠାକ୍‌ ଚାଲିଥିଲା। ହେଲେ କାବେରୀଙ୍କ ମନ ଭିତରେ ଜଳୁଥିବା ପ୍ରତିଶୋଧର ନିଆଁ ଲିଭିନଥିଲା।

ଗତକାଲି ସନ୍ଧ୍ୟାବେଳେ ଶିବାନୀ ଘରେ ବସି ଟିଭି ଦେଖୁଥିଲେ। ଯାହାକୁ ବିରୋଧ କରିଥିଲେ କାବେରୀ। ମାତ୍ର ସେଥିପ୍ରତି ଶିବାନୀ ଧ୍ୟାନ ଦେଇନଥିଲେ। ଏହାକୁ ନେଇ ନଣଦ ଓ ଭାଉଜଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିବା ଅଭିଯୋଗ ହେଉଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ କାବେରୀ ଏକ ଧାରୁ ଛୁରୀରେ ଶିବାନୀଙ୍କ ଗଳା କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ ଶିବାନୀ। ଚିତ୍କାର ଶୁଣି ସାହି ପଡ଼ିଶା ଶିବାନୀକୁ ଉଦ୍ଧାର କରି ବାଲୁଗାଁ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଉ ଏପଟେ ଚତୁର ଭାଉଜ ନିଜକୁ ବଞ୍ଚାଇବାକୁ ଯାଇ ସବୁ ଦୋଷ ଶିବାନୀଙ୍କୁ ଏକଥରଫା ଭଲ ପାଉଥିବା ପ୍ରେମିକ ଟ୍ୟୁସନ୍‌ ମାଷ୍ଟର ଉପରେ ଲଦି ଦେଇଥିଲେ। ଯେଉଁଥିପାଇଁ ବାଲୁଗାଁ ପୁଲିସ ପ୍ରେମିକ ଟ୍ୟୁସନ୍‌ ମାଷ୍ଟରଙ୍କୁ ଥାନାକୁ ଆଣି ଘନଘନ ଜେରା କରିଥିଲା। କିନ୍ତୁ ହତ୍ୟାକାଣ୍ଡ ନେଇ ପୁଲିସ ସନ୍ତୋଷଜନକ ଉତ୍ତର ପାଇନଥିଲା। ପରେ ପୁଲିସର ସନ୍ଦେହ ଆଖି ଭାଉଜଙ୍କ ଉପରକୁ ଯାଇଥିଲା। ଆଉ କାଳକ୍ଷେପଣ ନୀତି ଅବଲମ୍ୱନ ନକରି ପୁଲିସ ରାତିରେ କାବେରୀଙ୍କୁ ଥାନାକୁ ଆଣିଜେରା କରିଥିଲା। ତା’ପରେ କାବେରୀ ସବୁ ଘଟଣା ବଖାଣିଥିଲେ। ଆଜି ବାଲୁଗାଁ ଥାନା ପୁଲିସ କାବେରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଶିବାନୀଙ୍କୁ ହତ୍ୟା କରିବା ପରେ କାବେରୀ କାହିଁକି ପ୍ରେମର ରଙ୍ଗ ଦେଇଥିଲେ। କଥାଟି ହେଉଛି, ଶିବାନୀ ବାଲୁଗାଁ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ। ତାଙ୍କୁ ଜଣେ ଟ୍ୟୁସନ୍‌ ସାର୍‌ ଏକତରଫା ଭଲ ପାଉଥିଲେ। ଏପରିକି ଶିବାନୀଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ। ଯାହାକୁ ଶିବାନୀ ବିରୋଧ କରିବା ସହିତ ଘର ଲୋକଙ୍କୁ ଜଣାଇ ଥିଲେ। ପରିବାର ଲୋକେ ସେଥିପାଇଁ ଟ୍ୟୁସନ୍‌ ସାରଙ୍କୁ ମଧ୍ୟ ବାରଣ କରିଥିଲେ। ଯେଉଁଥିପାଇଁ ଶିବାନୀଙ୍କ ପରିବାର ଓ ଟ୍ୟୁସନ୍‌ ସରଙ୍କ ପରିବାର ଭିତରେ ତିକ୍ତତା ଲାଗି ରହିଥିଲା। ଏକଥା କାବେରୀ ଭଲ ଭାବେ ଜାଣିଥିଲେ। ସେଥିପାଇଁ ନିଜେ ହତ୍ୟା କରି ପ୍ରେମିକଙ୍କ ମୁଣ୍ଡ ଉପରେ ଦୋଷ ଲଦିଥିଲେ।

 

Related story