ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍। ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ବାଘ ଛାଲ କଲରା ପତରିଆ ବାଘର ହୋଇଥିବା ଜଣାପଡ଼ିଛି। ବେପାରୀମାନେ ବାଘ ଛାଲ ଓ ହରିଣ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିଲା ବେଳେ କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଁ ଗଣିଆ ଅଞ୍ଚଳରେ […]

tiger-skin..

Tapaswini Nayak
  • Published: Monday, 08 June 2020
  • , Updated: 08 June 2020, 11:43 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍। ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ବାଘ ଛାଲ କଲରା ପତରିଆ ବାଘର ହୋଇଥିବା ଜଣାପଡ଼ିଛି।

ବେପାରୀମାନେ ବାଘ ଛାଲ ଓ ହରିଣ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିଲା ବେଳେ କ୍ରାଇମବ୍ରାଞ୍ଜର ଏସ୍‌ଟିଏଫ୍ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଁ ଗଣିଆ ଅଞ୍ଚଳରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ବାଘ ଛାଲ ଓ ହରିଣ ଛାଲ ଜବତ କରିଥିଲା। ତେବେ ଦୁଇଟି ବାଘକୁ ଶିକାରୀମାନେ ଗୁଳି କରି ମାରି ଦେଇଥିବା ଜଣାପଡ଼ିଛି। ତେବେ କେଉଁ ଜଙ୍ଗଲରୁ ବାଘ ଓ ହରିଣ ଛାଲ ଶିକାର କରାଯାଇଛି, ତାହା ଜଣାପଡ଼ିନାହିଁ। କ୍ରାଇମବ୍ରାଞ୍ଜ ଏସ୍‌ଟିଏଫ୍ ଏହାର ତଦନ୍ତ କରୁଛି।

Related story