ଗୋଧି ମାଂସ ବିକ୍ରି ଘଟଣାରେ ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଗୋଧି ମାଂସ ବିକ୍ରି ହେବ ଘଟଣାରେ ସିଟି ଫରେଷ୍ଟ ଡିଭିଜନ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ  କରିଛି। ଗିରଫ ୨ ଜଣ ହେଲେ ଲକ୍ଷ୍ମୀସାଗର ତାରିଣୀ ବସ୍ତି ଅଞ୍ଚଳର ଜି. କ୍ରିଷ୍ଣା ଓ ମଞ୍ଚେଶ୍ବର ଅଞ୍ଚଳର ଜି. ରାଘବ ପ୍ରଧାନ।ଅଭିଯୁକ୍ତ ବେପାରୀ ନିଜେ ଗୋଧି ଖାଇବା ସହ ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ମାଂସ କିଲୋ ପ୍ରତି ୨୦୦ଟଙ୍କାରେ ବିକ୍ରି କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ସୂଚନା ଅନୁସାରେ, ସୋମବାରସକାଳେ ଝାରପଡ଼ାରୁ ଜଗନ୍ନାଥ […]

79012

Tapas Behera
  • Published: Tuesday, 15 June 2021
  • , Updated: 15 June 2021, 03:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଗୋଧି ମାଂସ ବିକ୍ରି ହେବ ଘଟଣାରେ ସିଟି ଫରେଷ୍ଟ ଡିଭିଜନ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ  କରିଛି। ଗିରଫ ୨ ଜଣ ହେଲେ ଲକ୍ଷ୍ମୀସାଗର ତାରିଣୀ ବସ୍ତି ଅଞ୍ଚଳର ଜି. କ୍ରିଷ୍ଣା ଓ ମଞ୍ଚେଶ୍ବର ଅଞ୍ଚଳର ଜି. ରାଘବ ପ୍ରଧାନ।ଅଭିଯୁକ୍ତ ବେପାରୀ ନିଜେ ଗୋଧି ଖାଇବା ସହ ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ମାଂସ କିଲୋ ପ୍ରତି ୨୦୦ଟଙ୍କାରେ ବିକ୍ରି କରୁଥିବା ଅନୁସନ୍ଧାନରୁ ଜଣାପଡିଛି।

ସୂଚନା ଅନୁସାରେ, ସୋମବାରସକାଳେ ଝାରପଡ଼ାରୁ ଜଗନ୍ନାଥ ନଗର ପ୍ରବେଶ ରାସ୍ତା ପୋଲ ନିକଟରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ଆସିଥିଲା।  କିନ୍ତୁ କେହି ସେଠାକୁ ଯାଇ ନ ଥିଲେ। ତେବେ ସନ୍ଧ୍ୟାରେ ମଧ୍ୟ ସେଠାରେ କିଛି ଲୋକ ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକ ପହଞ୍ଚିଥିଲେ।

ସେମାନେ ଏକ ଘର ଭିତରେ ଦୁଇଟି ବସ୍ତାରେ ଗୋଧି ରଖାଯାଇଥିବା ଦେଖିବାକୁ ପାଇଥିଲେ। ଦୁଇଟି ଗୋଧି ତଳେ ବନ୍ଧା ଯାଇଥିବାବେଳେ ପାଖରେ ରକ୍ତ ଛିଟା, କିଛି ମାଂସ ଖଣ୍ଡ ମଧ୍ୟ ପଡ଼ିଥିବା ସ୍ଥାନୀୟ ଲୋକ କହିଥିଲେ। ଏହା ଦେଖି କିଛି ଲୋକ ସେଠାରୁ କଟା ଯାଇଥିବା ମାଂସକୁ ଅଖାରେ ଭର୍ତ୍ତି କରି ପଳାଇଥିଲେ। ଧୀରେ ଧୀରେ ଲୋକ ରୁଣ୍ଡ ହେବା ପରେ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଯାଇଥିଲା। ପିସିଆର ଭ୍ୟାନ୍ ପହଞ୍ଚି କ୍ରିଷ୍ଣା ଓ ରାଘବକୁ ଧରିବା ସହ ୮ଟି ଜୀବନ୍ତ ଗୋଧି ଉଦ୍ଧାର କରିଥିଲା। ଏହା ପରେ ସିଟି ଫରେଷ୍ଟ ଡିଭିଜନକୁ ଖବର ଦିଆଯାଇଥିଲା। ବନ କର୍ମଚାରୀମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ଅଟକ ଦୁଇ ଜଣଙ୍କୁ ଓ ଗୋଧି ହସ୍ତାନ୍ତର କରାଯାଇଥିଲା।

Related story