ଖୋର୍ଦ୍ଧାରୁ ପୁଣି ଦୁଇ ଭାଲୁ ଛୁଆ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା): ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠରୁ ୫ଟି ଭାଲୁଛୁଆ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧା ରାସ୍ତା କଡ଼ରୁ ଆଉ ୨ଟି ଛୁଆ ଧରାପଡ଼ିଛନ୍ତି। ଆଜି ସନ୍ଧ୍ୟା ବେଳେ ଭାଲୁ ଛୁଆ ଦୁଇଟି ରାସ୍ତା କଡ଼ରେ ବୁଲୁଥିଲେ। ସ୍ଥାନୀୟ ଲୋକେ ଦେଖି ୨ଟି ଭାଲୁଛୁଆ ଦୁଇଟିକୁ କାବୁ କରିଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଏହା ପୂର୍ବରୁ ଅର୍ଥାତ ଆଜି ସକାଳେ ରାଜଧାନୀ ନିକଟସ୍ଥ ଗଙ୍ଗପଡ଼ା ଟୋଲ୍‌ ଗେଟ୍‌ ପାଖ କାଜୁ ଜଙ୍ଗଲରୁ ୫ଟି […]

Bear

Bear

Manoranjan Sial
  • Published: Thursday, 22 April 2021
  • Updated: 22 April 2021, 10:05 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠରୁ ୫ଟି ଭାଲୁଛୁଆ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ଗଡ଼ଖୋର୍ଦ୍ଧା ରାସ୍ତା କଡ଼ରୁ ଆଉ ୨ଟି ଛୁଆ ଧରାପଡ଼ିଛନ୍ତି। ଆଜି ସନ୍ଧ୍ୟା ବେଳେ ଭାଲୁ ଛୁଆ ଦୁଇଟି ରାସ୍ତା କଡ଼ରେ ବୁଲୁଥିଲେ। ସ୍ଥାନୀୟ ଲୋକେ ଦେଖି ୨ଟି ଭାଲୁଛୁଆ ଦୁଇଟିକୁ କାବୁ କରିଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ଏହା ପୂର୍ବରୁ ଅର୍ଥାତ ଆଜି ସକାଳେ ରାଜଧାନୀ ନିକଟସ୍ଥ ଗଙ୍ଗପଡ଼ା ଟୋଲ୍‌ ଗେଟ୍‌ ପାଖ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆ ଉଦ୍ଧାର ହୋଇଥିଲେ। ଭାଲୁ ଛୁଆମାନଙ୍କୁ ଏକ ଯନ୍ତା ଭିତରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଭାଲୁ ଛୁଆ ଦେଖି ବନ ବିଭାଗକୁ ଦେଇଥିଲେ ଖବର। ବଡ଼ ଭାଲୁ ପ୍ରଜାତିର ହେଉଛନ୍ତି ଏହି ଛୁଆମାନଙ୍କ ବୟସ ୪ରୁ ୫ ମାସ ହେବ। ବନ ବିଭାଗ ଖବର ପାଇଁ ଗାଁରେ ପହଞ୍ଚି ଭାଲୁ ଛୁଆମାନଙ୍କୁ ଉଦ୍ଧାର କରି ହଳଦିଆ ରେଂଜ ଅଫିସ୍‌କୁ ନେଇଥିଲେ। ସେଠାରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ଷୀର ଖାଇବାକୁ ଦିଆଯାଇଥିଲା। ପରେ ୫ ଭାଲୁ ଛୁଆଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନିଆଯାଇଥିବା ଜଣାପଡ଼ିଛି।

ଗଙ୍ଗପଡ଼ା ଟୋଲ୍‌ ଗେଟ୍‌ ଅଂଚଳକୁ କେଉଁଠୁ ଭାଲୁ ଆସିଲେ? କିପରି ଏତେ ଛୋଟ ଛୋଟ ଭାଲୁ ଆସିଲେ? ତା’ର ତଦନ୍ତ ସାପେକ୍ଷ। ସନ୍ଦେହ କରାଯାଉଛି, ଭାଲୁଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଅଣାଯାଇଥିଲା।

https://youtu.be/YaYDihbtA6k

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos