ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଆଜି ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତାର ଦକ୍ଷିଣପୁର ଗ୍ରାମ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ବାଇକ୍ରେ ବସିଥିବା ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବ୍ରହ୍ମପୁର ବଡ଼ ବଜାର ଖାସ୍ପା ସାହିର ଭବାନୀ ଶଙ୍କର ଆଚାରି ଓ ପୁରୁଷୋତ୍ତମପୁର ଥାନା ସାହାସପୁର ଗାଁର ରୁଦ୍ର ପ୍ରସାଦ ପ୍ରଧାନ।
ଭବାନୀ ଓ ଅନ୍ୟ ଜଣେ ଯୁବକଙ୍କ ସହ ଏକ ବାଇକରେ ଦକ୍ଷିଣପୁରରୁ ବ୍ରହ୍ମପୁର ଆସୁଥିବା ବେଳେ ରୁଦ୍ର ଏକ ବାଇକ ଯୋଗେ ପାଟପୁର ଅଂଚଳର ଜଣେ ଯୁବତୀଙ୍କୁ ଛାଡିବାକୁ ବ୍ରହ୍ମପୁରରୁ ଯାଉଥିଲେ। ବାଟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଆହତ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Politics
ଖୁସି ଖବର; ବାଦ ପଡ଼ିଥିବା ୨୫% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।
Accident
ଏମିତି ଆସେ ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ
ଗତକାଲି ପ୍ରମୋଦ ନିଜର ୪ ସାଙ୍ଗ ମାନଙ୍କ ସହ ବାଲିଯାତ୍ରା ଆସିଥିଲେ।