ହାଟ ସାରି ଘରକୁ ଫେରୁଥିଲେ, ଦୁଇ ବାଇକ୍ ଧକ୍କାରେ ୨ ଜୀବନ ଚାଲିଗଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ହାଟ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। କିଏ ଜାଣିଥିଲା, ଅପରପାର୍ଶ୍ୱରୁ ଆସୁଥିବା ବାଇକ୍ ଧକ୍କାରେ ଚାଲିଯିବ ଜୀବନ। ଆଜି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ MPV 36 ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହିଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣ ହେଲେ MPV 36 ଗ୍ରାମର ଫନି ମାଝୀ ଓ MPV 83 ଗ୍ରାମର ରୀତିକ ରାୟ। ସୂଚନା ମୁତାବକ, ଫନି ମାଝୀ […]

accident

  • Published: Monday, 17 October 2022
  • , Updated: 17 October 2022, 09:24 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ହାଟ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। କିଏ ଜାଣିଥିଲା, ଅପରପାର୍ଶ୍ୱରୁ ଆସୁଥିବା ବାଇକ୍ ଧକ୍କାରେ ଚାଲିଯିବ ଜୀବନ। ଆଜି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ MPV 36 ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହିଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣ ହେଲେ MPV 36 ଗ୍ରାମର ଫନି ମାଝୀ ଓ MPV 83 ଗ୍ରାମର ରୀତିକ ରାୟ।

ସୂଚନା ମୁତାବକ, ଫନି ମାଝୀ MV 126ରୁ ହାଟ କରି ବାଇକ୍‌ରେ ଫେରୁଥିବା ସମୟରେ ବାଟରେ ଅପରପାର୍ଶ୍ୱରୁ ବାଇକ୍‌ରେ ଆସୁଥିବା ରୀତିକ ରାୟଙ୍କ ବାଇକ୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ରେ ବସିଥିବା ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମାଲକାନଗିରି ସଦର ମେଡ଼ିକାଲରେ ଭର୍ତ୍ତି ଆଣିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story