୧୮ରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା ପାଇଁ ନୋଟିସ କରିଛନ୍ତି। ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ମତଦାନ ଶାନ୍ତିଶୃଙ୍ଖଳାରେ ସରିଥିବା ବେଳେ […]

vote

vote

Manoranjan Sial
  • Published: Tuesday, 16 April 2019
  • Updated: 16 April 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା ପାଇଁ ନୋଟିସ କରିଛନ୍ତି।

ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ମତଦାନ ଶାନ୍ତିଶୃଙ୍ଖଳାରେ ସରିଥିବା ବେଳେ ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ବିଭ୍ରାଟ ଦେଖାଦେଇଥିଲା।

ମାଲକାନଗିରି ଏପିଭି- ୬୫ ବୁଥ୍‌ରେ ନିର୍ଦ୍ଧାରିତ ସମୟରେ ମତଦାନ ସରିଥିଲା। ମାତ୍ର ଏଜେଣ୍ଟଙ୍କ ଅନୁପସ୍ଥିତିରେ ପୋଲିଂ ଅଧିକାରୀମାନେ ସିଲ୍‌ କରିବା ପରିବର୍ତ୍ତେ ଇଭିଏମ୍‌ ସୁଇଚ୍‌ ଦବାଉଥିବା ଅଭିଯୋଗ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଉକ୍ତ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌ ଭାଙ୍ଗିବା ସହିତ ପୋଲିଂ କର୍ମଚାରୀଙ୍କୁ ତାଲା ପକାଇ ଦେଇଥିଲେ।

ସେହିପରି ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ବିଭ୍ରାଟ୍ ଯୋଗୁ ରି-ପୋଲିଂ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos