ପିଟିପିଟି ମାରିଦେଲେ

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତିରିଂ ଥାନା ଡେବରାଡିହି ଗାଁରେ ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟିପିଟି ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାରାନ ଶୁଣ୍ଢି। ଆଦିବାସୀମାନଙ୍କ ଏକ ପୂଜା ଲାଗି ବୈଠକ ବସିଥିଲା।  ବୈଠକ ସମୟରେ କୌଣସି କାରଣରୁ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ  ଠେଙ୍ଗାରେ ପିଟି କାରାନଙ୍କୁ ସେହି ଗାଁର ଏକ ପରିବାରର ୨ ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ତିରିଂ ଥାନା ପୋଲିସ ୨ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।