ପୋଖରୀରେ ବୁଡ଼ି ଗଲେ ଦୁଇ ଭାଇ

ଭୁବନେଶ୍ୱର: ପୋଖରୀରେ ବୁଡିଯାଇ ୨ ଭାଇଙ୍କର ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା କାକରୁଦ୍ରପୁର ଜେନାସାହିରେ।  ମୃତକ ଦୁଇ ଜଣ ହେଲେ ସୌମ୍ୟରଞ୍ଜନ  ପରିଡ଼ା (୧୨) ଓ ସ୍ମୃତି ରଞ୍ଜନ ପରିଡ଼ା (୧୦)। ସୌମ୍ୟରଞ୍ଜନ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍ମୃତି ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ପୋଖରୀରେ ଗାଧୋଉଥିବା ବେଳେ ୨ ଭାଇ ବୁଡି ଯାଇଥିଲେ। ଖବରପାଇ ଦମକଳ ବାହିନୀ ପହଞ୍ଚି ୨ ଭାଇଙ୍କ ମୃତଦେହ ଉଦ୍ଧାର କରିଥିଲା। ଆଜି ସ୍କୁଲ […]

pond

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 10:49 PM IST

ଭୁବନେଶ୍ୱର: ପୋଖରୀରେ ବୁଡିଯାଇ ୨ ଭାଇଙ୍କର ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା କାକରୁଦ୍ରପୁର ଜେନାସାହିରେ।  ମୃତକ ଦୁଇ ଜଣ ହେଲେ ସୌମ୍ୟରଞ୍ଜନ  ପରିଡ଼ା (୧୨) ଓ ସ୍ମୃତି ରଞ୍ଜନ ପରିଡ଼ା (୧୦)। ସୌମ୍ୟରଞ୍ଜନ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍ମୃତି ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ପୋଖରୀରେ ଗାଧୋଉଥିବା ବେଳେ ୨ ଭାଇ ବୁଡି ଯାଇଥିଲେ। ଖବରପାଇ ଦମକଳ ବାହିନୀ ପହଞ୍ଚି ୨ ଭାଇଙ୍କ ମୃତଦେହ ଉଦ୍ଧାର କରିଥିଲା।

ଆଜି ସ୍କୁଲ ଛୁଟି ଥିବାରୁ ଦୁଇ ଭାଇ ଘର ଲୋକଙ୍କୁ କହି ଗାଡିଆକୁ ଗାଧୋଇବାକୁ ଆସିଥିଲେ। ଗାଧୋଇଥିବା ବେଳେ ଗାଡିଆରେ ସାନ ଭାଇର ଗୋଡ଼ ଖସି ଯାଇଥିଲା। ସାନଭାଇକୁ  ଉଦ୍ଧାର କରିବାକୁ ବଡ଼ ଭାଇ  ଯାଇଥିଲା। ଶେଷରେ ଦୁଇ ଭାଇ ଗାଡିଆରେ ବୁଡି ଯାଇଥିଲେ।  ଶେଷରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା।  ବହୁ ସମୟ ଧରି  ଉଭୟଙ୍କ କପଡ଼ା ଗାଡିଆ ପାଖରେ ପଡ଼ି ରହିଥିଲା। କିନ୍ତୁ ଦୁଇ ଭାଇଙ୍କ ସନ୍ଧାନ ମିଳି ନଥିଲା। ବହୁ ଖୋଜା ଖୋଜି ପରେ ସମସ୍ତଙ୍କର ସନ୍ଦେହ ହେଲା ଯେ ସେମାନେ ବୁଡ଼ି ଯାଇଛନ୍ତି। ଶେଷରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଭାଇଙ୍କୁ ଗାଡିଆରୁ ଉଦ୍ଧାର କରିଥିଲା।  ପୋଲିସ୍  ଘଟଣାର ତଦନ୍ତ କରୁଛି।

Related story