ଘରକୁ ଫେରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡ଼ି ଗଲା ଟ୍ୟାଙ୍କର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ମାଡ଼ିଯିବା ଯୋଗୁ ଉଭୟ ପ୍ରାଣ ହରାଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରିଛି। ନୂଆଗାଁ ଥାନା ଲୁଣିସରା ନିକଟରେ ଏହି ଦୁର୍ଘଟଣା ଘଟିଛି। ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗାଁର ଗଣେଶ ନାୟକ ଓ ତାଙ୍କ ଭାଇ ରମେଶ ନାୟକ କୌଣସି ଏକ କାମରେ ସୋରଡ଼ା […]

bike-accident

Manoranjan Sial
  • Published: Saturday, 08 June 2019
  • , Updated: 08 June 2019, 05:43 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ମାଡ଼ିଯିବା ଯୋଗୁ ଉଭୟ ପ୍ରାଣ ହରାଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରିଛି। ନୂଆଗାଁ ଥାନା ଲୁଣିସରା ନିକଟରେ ଏହି ଦୁର୍ଘଟଣା ଘଟିଛି।

ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗାଁର ଗଣେଶ ନାୟକ ଓ ତାଙ୍କ ଭାଇ ରମେଶ ନାୟକ କୌଣସି ଏକ କାମରେ ସୋରଡ଼ା ଯାଇଥିଲେ। ସେଠାରୁ କାମ ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଲୁଣିସରା ନିକଟରେ ସମ୍ମୁଖରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଲୁଣିସରାଠାରେ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Related story