ସମ୍ବଲପୁର(ସଞ୍ଜୟ ଜେନା): ଘର ପଛପଟ ଖାଲରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସମ୍ୱଲପୁର ଜିଲ୍ଲା ଗୋଶାଳା ଫାଣ୍ଡି କଲପଡ଼ା ଗାଁରେ ଘଟିଛି ଏପରି ଦୁଃଖଦ ଘଟଣା। ନୂଆ ଘର ତିଆରି ବେଳେ ପାଣି ରଖିବା ପାଇଁ ଖୋଳାଯାଇଥିଲା ଏହି ଖାଲ।
ଆଜି ମଧ୍ୟାହ୍ନରେ ଇଚ୍ଛା ଓ ଦିଶା ଛତ୍ରିଆ ଘର ପଛ ପାର୍ଶ୍ୱରେ ଖେଳୁଥିଲେ। ପରେ ସେମାନେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ହେଲେ ଦୁଇ ଛୁଆଙ୍କୁ ପାଇନଥିଲେ। ଦୁର୍ଘଟଣା ଘଟିବାର ପ୍ରାୟ ଘଣ୍ଟାଏ ପରେ ଜଣେ ପିଲାର ମୃତଦେହ ଘର ପାର୍ଶ୍ୱ ଖାଲରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ପରିବାର ଲୋକ ଖାଲରେ ଖୋଜିବାରୁ ଭିତରୁ ଆଉ ଗୋଟିଏ ମୃତଦେହ ମିଳିଥିଲା। ସେମାନଙ୍କ ବୟସ ୩ ବର୍ଷ ଲେଖାଏଁ ହେବ। ମୃତଦେହ ଉଦ୍ଧାର କରି ଗୋଶାଳା ପୁଲିସ ତନାଘନା ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।