ପୋଖରୀରେ ବୁଡ଼ି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପଇଦାପାଟଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଶିଶୁକନ୍ୟା ହେଲେ ରମେଶ ମୁଣ୍ଡାଙ୍କ ଝିଅ ବିଜୁଳୀ ମୁଣ୍ଡା ଓ ନାରାୟଣ ମୁଣ୍ଡାଙ୍କ ଝିଅ ରାଣୀ ମୁଣ୍ଡା। ଗତକାଲି ଅପରାହ୍ନରୁ ଏମାନଙ୍କର କୌଣସି ଖୋଜଖବର ମିଳିନଥିଲା। ତେବେ ଉଭୟ ଶିଶୁକନ୍ୟାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ପାଇନଥିଲେ। ଗତ ରାତିରେ ଗାଁ ନିକଟ […]

death

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 05:34 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପଇଦାପାଟଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଶିଶୁକନ୍ୟା ହେଲେ ରମେଶ ମୁଣ୍ଡାଙ୍କ ଝିଅ ବିଜୁଳୀ ମୁଣ୍ଡା ଓ ନାରାୟଣ ମୁଣ୍ଡାଙ୍କ ଝିଅ ରାଣୀ ମୁଣ୍ଡା। ଗତକାଲି ଅପରାହ୍ନରୁ ଏମାନଙ୍କର କୌଣସି ଖୋଜଖବର ମିଳିନଥିଲା। ତେବେ ଉଭୟ ଶିଶୁକନ୍ୟାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ପାଇନଥିଲେ। ଗତ ରାତିରେ ଗାଁ ନିକଟ ପୋଖରୀକୁ ଯାଇଥିବାବେଳେ ଜଣେ ବ୍ୟକ୍ତି ଉଭୟ ଶିଶୁକନ୍ୟାର ମୃତଦେହ ଉଲଗ୍ନ ଅବସ୍ଥାରେ ଭାସୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Related story