ବିସ୍କୁଟ୍‌ ଦେଇ ଦୁଇ କୁନି ଝିଅକୁ ନେଇଯାଉଥିଲା, ମାଡ଼ିବସିଲେ ଗାଁ ଲୋକ

ଖୋର୍ଦ୍ଧା(ବଳରାମ ଲେଙ୍କା): ଗାଁ ଦାଣ୍ଡରେ ଖେଳୁଥିବା ଦୁଇ କୁନି ଝିଅଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ। ବିସ୍କୁଟ୍‌ ଖାଇବା ପରେ ଦୁଇ କୁନି ଝିଅ ଅଚେତ ହେବା ପରେ ଜଣେ ବ୍ୟକ୍ତି କାନ୍ଧରେ ବସାଇ ନେଇ ଯାଉଥିଲେ। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି। ଗାଁ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଆଜି ମଧ୍ୟାହ୍ନରେ ପାନବରଜ ଗାଁରେ ଦୁଇ କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିଲେ। ସେମାନଙ୍କୁ […]

khurda

khurda

Manoranjan Sial
  • Published: Monday, 25 January 2021
  • Updated: 25 January 2021, 05:23 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଗାଁ ଦାଣ୍ଡରେ ଖେଳୁଥିବା ଦୁଇ କୁନି ଝିଅଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ। ବିସ୍କୁଟ୍‌ ଖାଇବା ପରେ ଦୁଇ କୁନି ଝିଅ ଅଚେତ ହେବା ପରେ ଜଣେ ବ୍ୟକ୍ତି କାନ୍ଧରେ ବସାଇ ନେଇ ଯାଉଥିଲେ। ଆଜି ଏପରି ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅଞ୍ଚଳରୁ ଆସିଛି। ଗାଁ ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି।

ଆଜି ମଧ୍ୟାହ୍ନରେ ପାନବରଜ ଗାଁରେ ଦୁଇ କୁନି ଝିଅ ଗାଁ ଦାଣ୍ଡରେ ଖେଳୁଥିଲେ। ସେମାନଙ୍କୁ ଜଣେ ବ୍ୟକ୍ତି ବିସ୍କୁଟ ଖାଇବାକୁ ଦେଇଥିଲେ। ବିସ୍କୁଟ ଖାଇବା ପରେ ପିଲାମାନେ ଚେତା ହରାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ସେମାନଙ୍କୁ କାନ୍ଧରେ ବସାଇ ଗାଁରୁ ପଳାଇ ଯାଇଥିଲେ। ଗାଁ ଲୋକ ଏହା ଦେଖି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ତାକୁ ଧରି ଗାଁକୁ ଆଣି ନିସ୍ତୁକ ମାଡ଼ ମାରିଥିଲେ। ସଦର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଅନ୍ୟପକ୍ଷରେ ସଜ୍ଞାହୀନ ଦୁଇ କୁନି ଝିଅଙ୍କୁ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଦିନ ହେବ ଗାଁରେ ଘୂରି ବୁଲୁଥିଲା। ଏପରିକି ଗାଁରେ ଆୟୋଜିତ ହେଉଥିବା ଭୋଜିରେ ଖାଇଥିଲା। ହେଲେ ତା’ ପରିଚୟ କଣ ଜଣାପଡ଼ିନଥିଲା।

ଅଧିକ ପଢ଼ନ୍ତୁ : ପୁରୁଣା ନୋଟ୍‌ ଅଚଳ ନେଇ ପ୍ରକାଶ ପାଇଥିବା ଖବର ମିଛ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos