ଦୁଇ ଘଣ୍ଟା ବ୍ୟବଧାନରେ ଆଖି ବୁଜିଲେ ଭାଇ-ଭଉଣୀ

ବଣାଇ (ରଞ୍ଜିତ ଚୌଧୁରୀ): ଦୁଇ ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଭାଇର ମୃତ୍ୟୁ ହୋଇଥିବା ବେଳେ ପରେ ବଡ଼ ଭଉଣୀ ଆଖି ବୁଜିଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ବରସୁଆଁ ନିକଟ ସ୍କୁଲ ବସ୍ତିରେ ଘଟିଛି। ଭାଇ-ଭଉଣୀଙ୍କ ମୃତ୍ୟୁ ପରେ ମାଆ ଓ ସାନ ଭାଇର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବରସୁଆଁ ନିକଟ ସ୍କୁଲ ବସ୍ତିରେ ରୁହନ୍ତି ଇନ୍ଦୁ […]

Bonai

Bonai

Manoranjan Sial
  • Published: Tuesday, 21 September 2021
  • Updated: 21 September 2021, 05:24 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ଦୁଇ ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଭାଇର ମୃତ୍ୟୁ ହୋଇଥିବା ବେଳେ ପରେ ବଡ଼ ଭଉଣୀ ଆଖି ବୁଜିଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ବରସୁଆଁ ନିକଟ ସ୍କୁଲ ବସ୍ତିରେ ଘଟିଛି। ଭାଇ-ଭଉଣୀଙ୍କ ମୃତ୍ୟୁ ପରେ ମାଆ ଓ ସାନ ଭାଇର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ବରସୁଆଁ ନିକଟ ସ୍କୁଲ ବସ୍ତିରେ ରୁହନ୍ତି ଇନ୍ଦୁ ଦୁରୀ। କିଛି ଦିନ ତଳେ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ ଇନ୍ଦୁ। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିଲେ। କାମଦାମ କରି ପରିବାର ଭରଣ ପୋଷଣ କରୁଥିଲେ ଇନ୍ଦୁ। ତିନି ଦିନ ତଳେ ଇନ୍ଦୁଙ୍କ ବଡ଼ଝିଅ ଆଶ୍ରିତ (୭), ପୁଅ ଅଜୟ ଓ ସାନପୁଅଙ୍କୁ ଜ୍ୱର ହୋଇଥିଲା। ଏପରିକି ଇନ୍ଦୁଙ୍କୁ ମଧ୍ୟ ଜ୍ୱର ହୋଇଥିଲା।

ଆଜି ହଠାତ୍‌ ଅଜୟର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। କିଛି ଭାବିବା ଆଗରୁ ଅଜୟର ମୃତ୍ୟୁ ଘଟିଥିଲେ। ଜ୍ୱରରେ ପୀଡ଼ିତ ଥାଇ ଇନ୍ଦୁ ସାହି-ଭାଇଙ୍କୁ ଡାକି ପୁଅ ମୃତଦେହ ସଂସ୍କାର କରିଥିଲେ। ସାହିଭାଇ ମୃତଦେହକୁ ପୋତି ଆସିବାର ଦୁଇ ଘଣ୍ଟା ଭିତରେ ବଡ଼ ଝିଅ ଆଶ୍ରିତଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଇନ୍ଦୁ ଓ ତାଙ୍କ ସାନପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା।

ପଡ଼ୋଶୀ ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos