ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୯ଦିନ ପରେ ଉଦ୍ଧାର ହେଲେ ଭୁବନେଶ୍ୱରରୁ ନିଖୋଜ ହୋଇଥିଲା ଦୁଇ ଆଦିବାସୀ ନାବାଳକ ଓ ନାବାଳିକା। ଉଭୟଙ୍କୁ ଭଦ୍ରକର ଏକ ଚାଇଲ୍ଡ ଲାଇନରୁ ଉଦ୍ଧାର କରାଯାଇଛି। ଗତ ୧୬ ତାରିଖରେ ସେମାନଙ୍କୁ ଉଦ୍ରକ ରେଳଷ୍ଟେସନ ପାଖରୁ ଉଦ୍ଧାର କରାଯାଇଥିବା ସିଡବ୍ଲ୍ୟୁସିର ଅଧିକାରୀ କହିଛନ୍ତି। ଦୁଇ ନାବାଳକ ଓ ନାବାଳିକା କେମିତି ଉଦ୍ରକ ଗଲେ ସେନେଇ ଖୋଳତାଡ ଆରମ୍ଭ ହୋଇଛି। ଉଭୟ କାହା ସାହାଯ୍ୟରେ ଯାଇଥିଲେ ନା ଏକୁଆଟିଆ ଯାଇଥିଲେ ସେସବୁର ଖୋଳତାଡ ଆରମ୍ଭ ହୋଇଛି। ପିଲାଙ୍କ ସମ୍ପର୍କରେ ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖାଦେଇଛି।
ଗତ ୧୬ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଚିରଗିଲଟୋଲା ବସ୍ତିର ଦୁଇ ନାବାଳକ ଓ ନବାଳିକା ପାଖ ଷ୍ଟାଡିୟମକୁ ଖେଳିବାକୁ ଯାଇଥିଲେ। ଏହାପରେ ଆଉ ସେମାନେ ଘରକୁ ଫେରିନଥିଲେ। ଘଟଣା ନେଇ ଦୁଇ ପରିବାର ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।