ଭୁବନେଶ୍ୱରରେ କାନ୍ଥ ଭୁଶୁଡ଼ି ଦୁଇ ଝିଅ ମୃତ, ମାଆ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କାନ୍ଥ ଭୁଶୁଡ଼ି ଗତକାଲି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଆହତ ଶିଶୁର ଜୀବନ ଯାଇଛି। ସେମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେ ଏବେ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ଅଞ୍ଚଳର ସୁକାନ୍ତ କାଣ୍ଡିଙ୍କ ପରିବାର ଭୁବନେଶ୍ୱର ୟୁନିଟ୍‌-୪ କେଶରୀ ନଗରରେ ରହି କାମଦାମ କରି ଚଳନ୍ତି। ତିନି ଦିନ ତଳେ ସୁକାନ୍ତ କାମ କରିବା ପାଇଁ ଯାଇଥିଲେ। ଘରେ ତାଙ୍କ ପତ୍ନୀ […]

child-death-in-bbsr

Manoranjan Sial
  • Published: Friday, 07 June 2019
  • , Updated: 07 June 2019, 04:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କାନ୍ଥ ଭୁଶୁଡ଼ି ଗତକାଲି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଆହତ ଶିଶୁର ଜୀବନ ଯାଇଛି। ସେମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେ ଏବେ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ବ୍ରହ୍ମପୁର ଅଞ୍ଚଳର ସୁକାନ୍ତ କାଣ୍ଡିଙ୍କ ପରିବାର ଭୁବନେଶ୍ୱର ୟୁନିଟ୍‌-୪ କେଶରୀ ନଗରରେ ରହି କାମଦାମ କରି ଚଳନ୍ତି। ତିନି ଦିନ ତଳେ ସୁକାନ୍ତ କାମ କରିବା ପାଇଁ ଯାଇଥିଲେ। ଘରେ ତାଙ୍କ ପତ୍ନୀ ସୁନା, ସାଢ଼େ ୩ ବର୍ଷର ଝିଅ ତୁଳସୀ ଓ ୨ ବର୍ଷର ଝିଅ ଲଗ୍ନା ଥିଲେ। ଖରାବେଳେ ଏମାନେ ସମସ୍ତେ ଖାଇପିଇ ଘର ଭିତରେ ଶୋଇଥିଲେ। ହଠାତ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ସୁନା ଓ ତାଙ୍କର ଦୁଇ ଝିଅ ଗୁରୁତର ଆହତ ହୋଇଥିଲେ। ସାହି ପଡ଼ିଶା ସେମାନଙ୍କୁ ଭଙ୍ଗାକାନ୍ଥ ତଳୁ ଉଦ୍ଧାର କରି କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବଡ଼ ଝିଅ ତୁଳସୀଙ୍କ ମୃତ୍ୟୁ ଘଟିଥିଲା। ଆଜି ଲଗ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ସୂଚନାରୁ ପ୍ରକାଶ, କାଳବୈଶାଖୀ ବର୍ଷା ଯୋଗୁ ସୁକାନ୍ତ ରହୁଥିବା ଘରର ମାଟି କାନ୍ଥ ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ସେହି କାରଣରୁ କାନ୍ଥ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଖବର ପାଇ ସ୍ଥାନୀୟ ବିଧାୟକ ଓ ଅନ୍ୟ ଅଧିକାରୀମାନେ ସାହିରେ ପହଞ୍ଚିଛନ୍ତି।

Related story