କଳିଙ୍ଗ ଷ୍ଟାଡିୟମରେ ଦୁଇ ଦେଶ ଖେଳାଳି ପିଟାପିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଆଜି ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମାଡ଼ ମରାମରି, ଠେଲାପେଲା ଓ ଧକା ମରାମରି ଦେଖିବାକୁ ମିଳିଥିଲା। ଏହି ଘଟଣାରେ କେତେକ ଖେଳାଳି ଆହତ ହୋଇଛନ୍ତି। ଗ୍ରାଉଣ୍ଡରେ ଏଭଳି ଘଟଣା ଉପସ୍ଥିତ ଦର୍ଶକଙ୍କୁ ହତବାକ […]

fight

fight

Niranjan Mishra
  • Published: Tuesday, 02 August 2022
  • Updated: 02 August 2022, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଆଜି ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମାଡ଼ ମରାମରି, ଠେଲାପେଲା ଓ ଧକା ମରାମରି ଦେଖିବାକୁ ମିଳିଥିଲା। ଏହି ଘଟଣାରେ କେତେକ ଖେଳାଳି ଆହତ ହୋଇଛନ୍ତି।

ଗ୍ରାଉଣ୍ଡରେ ଏଭଳି ଘଟଣା ଉପସ୍ଥିତ ଦର୍ଶକଙ୍କୁ ହତବାକ କରିଥିଲା। ଗଣ୍ଡଗୋଳ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ କିଛି ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରହିଥିଲା। ଉତ୍ତେଜନା କମିବା ପରେ ମ୍ୟାଚ୍ ରେଫରି ଉଭୟ ପକ୍ଷର ଜଣେ ଲେଖାଏଁ ଖେଳାଳିଙ୍କୁ ରେଡ୍ କାର୍ଡ ଦେଖାଇଥିଲେ। ପରେ ଉଭୟ ପକ୍ଷର ଟିମ୍ ମ୍ୟାନେଜର ଓ ରେଫରିଙ୍କ ଭିତରେ ଅଲୋଚନା ହୋଇ ଖେଳ ପୁନଶ୍ଚ ଆରମ୍ଭ ହୋଇଥିଲା।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ୨୦ ବର୍ଷ ବୟସରୁ କମ୍ ସାଫ୍ ପ୍ରତିଯୋଗିତାରେ ଏଭଳି ଅଭାବନୀୟ ସ୍ଥିତି ସମସ୍ତଙ୍କୁ ହତବାକ୍ କରିଛି। ଗତ ୨୫ ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ୍ ରହିଛି। ଆଜି ଲିଗ୍ ପ୍ରର୍ଯ୍ୟାୟର ଶେଷ ମ୍ୟାଚ ଖେଳାଯାଉଥିବା ବେଳେ ଏହି ଘଟଣା ଘଟିଛି। ମ୍ୟାଚ୍‌ରେ ରେଡ୍‌ କାର୍ଡ ପାଇଥିବା ଖେଳାଳି ଫାଇନାଲ ମ୍ୟାଚ୍‌ରୁ ବାସନ୍ଦ ରହିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos