ଗୋଟିଏ ଦିନରେ ଦୁଇ ଚିତ୍ର: ଜଣେ ସ୍ୱାମୀ ଦେବତା ସାଜିଲେ, ଆଉ ଜଣେ ଦାନବ

Ordigital Desk
  • Published: Thursday, 01 March 2018
  • , Updated: 01 March 2018, 08:45 PM IST
<p>ଭଦ୍ରକ/ଅନୁଗୋଳ(ଓଡ଼ିଶା ରିପୋର୍ଟର): ସାତ ଜନ୍ମକୁ ସାକ୍ଷୀ ରଖି ପରସ୍ପରର ହାତ ଧରିଥିଲେ ସେମାନେ। ସାରା ଜୀବନ ପାଦକୁ ପାଦ ମିଳାଇ ଚାଲିବେ ବୋଲି ଶପଥ ନେଇଥିଲେ। ହେଲେ କ&rsquo;ଣ ହେଲା କେଜାଣି ସାମାନ୍ୟ କଳିରୁ ପତ୍ନୀକୁ ମାରି ଘର ଭିତରେ ଗାତ ଖୋଳି ପୋତି ଦେଲା ଜଣେ ଜହ୍ଲାଦ ପତି। ଅନ୍ୟ ଏକ ଘଟଣା କ୍ରମେ ପତିର ଜୀବନ ବଞ୍ଚାଇବା ପାଇଁ ଗୁଳି ଖାଇଲେ ପତ୍ନୀ। ଘଟଣାସ୍ଥଳରେ ଟଳି ପଡ଼ିଲେ ପତ୍ନୀ। ଏମିତି ଦୁଇଟି ଭିନ୍ନଭିନ୍ନ ଘଟଣା ଆଜି ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।</p> <p>ଭଦ୍ରକ ଜିଲ୍ଲା ଧୁଷୁରୀ ସାହସପୁର ଗାଁର ଅଭୟ ମାଝୀ। ଫେବୃୟାରୀ ୨୪ ତାରିଖରେ ସଉଦା କିଣାକୁ ନେଇ ଅଭୟ ଓ ତାଙ୍କ ପତ୍ନୀ ପଦ୍ମାବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। ରାଗ ସୁଝାଇବାକୁ ଯାଇ ପଦ୍ମାବତୀ ନିଜର ୯ ମାସର ଶିଶୁ ପୁତ୍ରକୁ କଚାଡ଼ି ଦେଇଥିଲେ। ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇପଡ଼ିଲା ଅଭୟ। ପ୍ରତିଶୋଧ ନେବାକୁ ଯାଇ ଦଉଡିରେ ତଣ୍ଟିଚିପି ହତ୍ୟା କଲା ପତ୍ନୀକୁ। ଏହାପରେ କାଳେ ସେ ଧରାପଡ଼ିଯିବ, ସେହି ଆଶଙ୍କାରେ ଘର ଭିତରେ ଗାତ ଖୋଳି ପୋତିଦେଲା ମୃତ ଶିଶୁପୁତ୍ର ସହ ପତ୍ନୀ ପଦ୍ମାବତୀଙ୍କୁ। ଆଉ ଫେରାର୍&zwnj; ହୋଇଯାଇଥିଲା। ତେବେ ଗତକାଲି ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ଧୂଷୁରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖୋଳତାଡ଼ କରିବା ସହ ଘଟଣାର ପର୍ଦ୍ଦାଫାସ୍ କରିଛି। ମୁଖ୍ୟଅଭିଯୁକ୍ତ ଅଭୟକୁ ପୋଲିସ ଗିରଫ କରିଛି। ଅଭୟ ନିଜ ପତ୍ନୀକୁ ହତ୍ୟା କରିଥିବା ପୋଲିସ ପାଖରେ ସ୍ୱୀକାର କରିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ଆଉ ଏକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ହରିଣ ମାଂସ ଭାଗବଣ୍ଟାକୁ ନେଇ କନ୍ତପଡ଼ା ପଞ୍ଚାୟତ ରଇଡ଼ା ଗାଁର ଅନାମ ପ୍ରଧାନ ଓ ରବୀନ୍ଦ୍ର ଭୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ରବୀନ୍ଦ୍ର ଭୋଇ, ଅନାମଙ୍କୁ ଲକ୍ଷ୍ୟ କରି ଶୀକାରି ବନ୍ଧୁକରୁ ଗୁଳି ଚଳାଇଥିଲେ। ଏହାଦେଖି ଅନାମଙ୍କ ପତ୍ନୀ ରତନୀ ସାମ୍ନାକୁ ଚାଲି ଆସିଥିଲେ। ଫଳରେ ରତନୀଙ୍କ ପେଟ ଓ ଆଉ ଛାତିରେ ଦୁଇଟି ଗୁଳି ବାଜିଥିଲା। ଘଟଣା ସ୍ଥଳରେ ଟଳିପଡ଼ିଲେ ରତନୀ। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଅନାମଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ରବୀନ୍ଦ୍ରକୁ ଗିରଫ କରିବା ସହ ତାଠାରୁ ଏକ ବନ୍ଧୁକ ଜବତ କରିଛି।</p> <p>https://youtu.be/o1IuzoimxtQ</p>

Related story