କାନ୍ଥ ତଳେ ଚାପି ହୋଇ ୨ ଶ୍ରମିକ ମୃତ; ଜଣେ ଆହତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳରେ ପାଇପ ଲାଇନ୍‌ କାମ କରୁଥିବା ବେଳେ କାନ୍ଥ ପଡ଼ି ଯିବାରୁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତପନ ନାଏକ ଓ ଦିପୁ ପରିଡ଼ା। ସେମାନଙ୍କ ଘର ବୁଢ଼ାପଙ୍କ ଅଞ୍ଚଳରେ। ଆଜି ସକାଳେ ବଅଁରପାଳର ଗୋପୀ ସାହୁଙ୍କ ଘରେ ପାଇପ୍‌ କାମ ଚାଲିଥିଲା। ଏହି ସମୟରେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ଏହି ତପନ ଓ ଦିପୁ ଚାପି […]

angul

Jyoshna Pradhan
  • Published: Saturday, 19 October 2019
  • , Updated: 19 October 2019, 02:14 PM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳରେ ପାଇପ ଲାଇନ୍‌ କାମ କରୁଥିବା ବେଳେ କାନ୍ଥ ପଡ଼ି ଯିବାରୁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତପନ ନାଏକ ଓ ଦିପୁ ପରିଡ଼ା। ସେମାନଙ୍କ ଘର ବୁଢ଼ାପଙ୍କ ଅଞ୍ଚଳରେ।

ଆଜି ସକାଳେ ବଅଁରପାଳର ଗୋପୀ ସାହୁଙ୍କ ଘରେ ପାଇପ୍‌ କାମ ଚାଲିଥିଲା। ଏହି ସମୟରେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ଏହି ତପନ ଓ ଦିପୁ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣେ ପାଇପ୍ ମସ୍ତ୍ରୀ ବିଷ୍ଣୁ ମୁଦୁଲିଙ୍କୁ କାନ୍ଥ ତଳୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଏହି ଘଟଣା ପରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଲୋକେ ମୃତଦେହକୁ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ୍‌  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ୍‌ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ଘର ମାଲିକ ଗୋପୀ ସାହୁଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

Related story