ପୁଣି ବ୍ୟାପିଲା ଝାଡ଼ାବାନ୍ତି: ୨ ମୃତ, ୧୯ ଆକ୍ରାନ୍ତ

ଭବାନୀପାଟଣା (ରାଜକୁମାର ସିଂହଦେଓ): ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଚିକିତ୍ସାଧୀନ ଅଛନ୍ତି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ବିରିକୋଟ ପଞ୍ଚାୟତର ଶେମେଲପଦରର କେନ୍ଦୁପଡ଼ାରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ୨ ତାରିଖ ରାତିରେ ଆଉ ଜଣେ ପ୍ରାଣ […]

Medical

  • Published: Saturday, 03 September 2022
  • , Updated: 03 September 2022, 05:46 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ବିରିକୋଟ ପଞ୍ଚାୟତର ଶେମେଲପଦରର କେନ୍ଦୁପଡ଼ାରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ୨ ତାରିଖ ରାତିରେ ଆଉ ଜଣେ ପ୍ରାଣ ହରାଇଥିଲେ।

ଗାଁର ଆଉ ୧୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ ସେମାନଙ୍କୁ ଥୁଆମୂଳରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇଥିବା ନେଇ କଳାହାଣ୍ଡି ସିଡିଏମ୍‌ଓ ରଞ୍ଜନ ମିତ୍ର ସୂଚନା ଦେଇଛନ୍ତି। କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି, ସେନେଇ ମଧ୍ୟ ଟିମ୍ ଅନୁଧ୍ୟାନ କରିବ।

ସୂଚନାଯୋଗ୍ୟ, ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟର କିଛି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୀ ଥିଲା। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ନୂଆପଡ଼ା ଆଦି ଅନେକ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପୀ ଥିବାର ଦେଖାଯାଇଥିଲା, ଯାହା ସରକାରଙ୍କୁ ଅକଳରେ ପକାଇଥିଲା।

Related story