ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୩ ଗୁରୁତର

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଉସ୍ତା ଗାଁରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଓମ୍‌ ଓ ନାରାୟଣ ଭୂୟାଁ। ଓମ୍‌ଙ୍କ ଘର ଶେରଗଡ଼ ଥାନା ବାକିଲିକଣା ଗାଁରେ ହୋଇଥିବା ବେଳେ ନାରାୟଣଙ୍କ ଘର ସୁନ୍ଦରଗଡ଼ ଗାଁରେ। ସୂଚନା ଅନୁଯାୟୀ, ଓମ୍ ଓ ନାରାୟଣ ବାଇକ ଯୋଗେ ବଡ଼ଗଡ଼ରୁ […]

bike

Jitendra Garnayak
  • Published: Thursday, 12 May 2022
  • , Updated: 12 May 2022, 08:00 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଉସ୍ତା ଗାଁରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ହେଲେ ଓମ୍‌ ଓ ନାରାୟଣ ଭୂୟାଁ। ଓମ୍‌ଙ୍କ ଘର ଶେରଗଡ଼ ଥାନା ବାକିଲିକଣା ଗାଁରେ ହୋଇଥିବା ବେଳେ ନାରାୟଣଙ୍କ ଘର ସୁନ୍ଦରଗଡ଼ ଗାଁରେ।

ସୂଚନା ଅନୁଯାୟୀ, ଓମ୍ ଓ ନାରାୟଣ ବାଇକ ଯୋଗେ ବଡ଼ଗଡ଼ରୁ ଶେରଗଡ଼ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଓମ୍ ଓ ନାରାୟଣଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଅନ୍ୟ ବାଇକ୍‌ରେ ଥିବା ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଡ଼ଗଡ଼ ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବଡ଼ଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବଡ଼ଗଡ଼ ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛନ୍ତି। ତା’ସହିତ ଘଟଣାର ତଦନ୍ତ କରୁଛି।

Related story