ଟ୍ରେନ୍‌ରେ କଟି ଦୁଇ ମୃତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଟ୍ରେନ୍‌ରେ କଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା। ସେହିପରି ଆଜି ସକାଳେ ଜଣେ ଯୁବକଙ୍କୁ ଟ୍ରେନ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ବାଙ୍ଗାଲୋର-ଗୌହାଟି ଏକ୍ସପ୍ରେସ ଧକ୍କାରେ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜିଆରପି ପୁଲିସ୍ ମୃତଦେହ […]

train0

Tapaswini Nayak
  • Published: Saturday, 14 March 2020
  • , Updated: 14 March 2020, 10:58 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଟ୍ରେନ୍‌ରେ କଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା। ସେହିପରି ଆଜି ସକାଳେ ଜଣେ ଯୁବକଙ୍କୁ ଟ୍ରେନ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ବାଙ୍ଗାଲୋର-ଗୌହାଟି ଏକ୍ସପ୍ରେସ ଧକ୍କାରେ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜିଆରପି ପୁଲିସ୍ ମୃତଦେହ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

Related story