ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ ୧୬ ନମ୍ୱର ଜାତୀୟ ରାଜପଥରେ ଏକ ବୋଲେରୋ ଟ୍ରକ୍ ପଛରେ ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।
ଗତକାଲି ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ସୁନାଖଳ ଛକଠାରେ ଏକ ଟ୍ରକ୍ ଠିଆ ହୋଇଥିବା ବେଳେ ବୋଲେରୋଟି ଆସି ଏହା ପଛପଟେ ପିଟି ହୋଇଥିଲା। ଖବର ପାଇ ନାଚୁଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ୍ ସୂଚନା ଦେଇଛି।
ବୋଲେରୋଟି ରାୟଗଡ଼ା ଜିଲ୍ଲା ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି।