ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପାଟୁଳି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ବିକାଶ ଚନ୍ଦ୍ର ମଲିକ। ସେ କଳିଙ୍ଗ ନଗର ଜିନ୍ଦଲ କମ୍ପାନୀରେ ସୁପର ଭାଇଜର ଭାବେ କାର୍ଯ୍ୟ କରନ୍ତି। ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। […]

jajpurmm

Tapaswini Nayak
  • Published: Wednesday, 06 November 2019
  • , Updated: 06 November 2019, 09:23 AM IST

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପାଟୁଳି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ବିକାଶ ଚନ୍ଦ୍ର ମଲିକ। ସେ କଳିଙ୍ଗ ନଗର ଜିନ୍ଦଲ କମ୍ପାନୀରେ ସୁପର ଭାଇଜର ଭାବେ କାର୍ଯ୍ୟ କରନ୍ତି। ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ସମୟରେ ଏକ ଦମ୍ପତି ନିଜର ସମ୍ପର୍କୀୟ ଶାଳୀ ସହ ଯାତ୍ରା ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ବିକାଶ ବାଇକ୍‌ ନେଇ ବିପରୀତ ଦିଗରୁ ଆସୁଥିଲା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ  ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।  ଆହତମାନଙ୍କୁ  ପ୍ରଥମେ ଯାଜପୁର ରୋଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

 

Related story