ଯାଜପୁର(ଅଭୟ ପତି ):ରଥଯାତ୍ରାରେ ଅଘଟଣ। ଅକାଳରେ ଝଡ଼ିପଡ଼ିଲା ୨ ଜୀବନ। ଲୌହରେ ନିର୍ମିତ ରଥରେ ବିଦ୍ୟୁତ୍ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କାଳିଆପାଣି ଟିସ୍କୋ ମାଇନ୍ସ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ରଥ ଟଣା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ସୁଚିତ୍ର ଲେଙ୍କା ଓ ଭରତ ରାୟ।
ଏଥିରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ପ୍ରତି ବର୍ଷ ଭଳି ଏଥର ମଧ୍ୟ ଟିସ୍କୋ କମ୍ପାନୀ ପକ୍ଷରୁ ଲୁହାରେ ରଥ ନିର୍ମାଣ କରାଯାଇଥିଲା। ରଥଟିକୁ ଆଜି ଅପରାହ୍ନରେ ଟାଣିବା ପାଇଁ ପ୍ରସ୍ତୁତ କରାଯାଉଥିଲା । ସେ ସମୟରେ ରଥରେ ଦିଅଁ ନଥିଲେ। ତେବେ କୌଣସି କାରଣବଶତଃ ରଥଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ରଥରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।