ଭଦ୍ରକ(ପାର୍ଥସାରଥୀ ନାୟକ): ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ୍। ଫଳରେ ଚାପିହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଦେଇ ଯାଇଥିବା ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପାଳଦାବାରେ ଘଟିଛି।
ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟ୍ରକ ଭଣ୍ଡାରିପୋଖରୀ ପାଳଦାବାଙ୍କ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରକ୍ ତଳେ ଚାପି ହୋଇ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଟ୍ରକ୍ ଡ୍ରାଇଭର ଓ ହେଲପର। ଦୁର୍ଘଟଣାଗ୍ରସ୍ଥ ଗାଡିକୁ ବାହାର କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।
Politics
ନିର୍ବାଚନ ପୂର୍ବରୁ ବିଜେଡି ସରକାର ବାଣ୍ଟିଥିଲେ ୨୫୨କୋଟି ଟଙ୍କାର ଝୋଟବ୍ୟାଗ
ରାଜ୍ୟବାସୀ ବିଜେଡି ସରକାରକୁ ବାଏବାଏ କରି ବିଜେପି ସରକାରକୁ କ୍ଷମତାସୀନ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି ।
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।