ରାକ୍ଷୀରେ ଏକାଠି ଜଳିଲା ଜୁଈ, ବଜ୍ରରେ ଟଳି ପଡ଼ିଲେ ଭାଇ-ଭଉଣୀ

ସୋର (ଶଶିକାନ୍ତ ବେହେରା): ଭାଇ-ଭଉଣୀ ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଦିନରେ ଘଟିଛି ବଡ଼ ଅଘଟଣ। ବଜ୍ରପତରେ ଟଳି ପଡ଼ିଛନ୍ତି ଭାଇ-ଭଉଣୀ। ଆଜି ଏମିତି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି। ଖନ୍ତାପଡ଼ା ଥାନା ମଣ୍ଡଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ପଡ଼ୋଶୀ ନିରଞ୍ଜନ ଦଳାଇଙ୍କ ପୁଅ ସୁଶାନ୍ତଙ୍କ ହାତରେ ରକ୍ଷୀ ବାନ୍ଧିବାକୁ ଯାଇଥିଲେ। ରାକ୍ଷୀ ମଧ୍ୟ ବାନ୍ଧି ଥିଲେ। ପରେ ପରିବାର ଲୋକଙ୍କ […]

rakhi

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 05:38 PM IST

ସୋର (ଶଶିକାନ୍ତ ବେହେରା): ଭାଇ-ଭଉଣୀ ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଦିନରେ ଘଟିଛି ବଡ଼ ଅଘଟଣ। ବଜ୍ରପତରେ ଟଳି ପଡ଼ିଛନ୍ତି ଭାଇ-ଭଉଣୀ। ଆଜି ଏମିତି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି।

ଖନ୍ତାପଡ଼ା ଥାନା ମଣ୍ଡଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ପଡ଼ୋଶୀ ନିରଞ୍ଜନ ଦଳାଇଙ୍କ ପୁଅ ସୁଶାନ୍ତଙ୍କ ହାତରେ ରକ୍ଷୀ ବାନ୍ଧିବାକୁ ଯାଇଥିଲେ। ରାକ୍ଷୀ ମଧ୍ୟ ବାନ୍ଧି ଥିଲେ। ପରେ ପରିବାର ଲୋକଙ୍କ ସହ ମିଶି ଭାଇ ଓ ଭଉଣୀ ଖାଉଥିଲେ। ତେବେ ହଠାତ୍‌ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଆଶା ଓ ସୁଶାନ୍ତଙ୍କର ମୃତ୍ୟୁ ଘଟିଛି। ପରିବାରର ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Related story